STORYMIRROR

Prabhanjana Tripathy

Romance

4  

Prabhanjana Tripathy

Romance

କଦମ୍ବ

କଦମ୍ବ

1 min
375


ଜୀବନ ନଈର ନୀଳ ଲହଡିରେ,

ମୃତ୍ୟୁ ମଳୟ ଗୀତ,

ସେହି ଗୀତ ଶ୍ୱରେ, ତାଳ ମିଳିଗଲେ,

ଆତ୍ମା ହୁଅଇ ପ୍ରୀତ ll


ମେଘ ଖୋଜେ ଯହିଁ,ଜଳର ଠିକଣା,

ବିସ୍ତୃତ ଗଗନେ ଦମ୍ଭ,

ଧରା ଛୁଇଁବାକୁ ତରଳ ରୂପରେ,

ଫୁଟାଏ ପ୍ରିତୀ କଦମ୍ବ ll


ଉଲୁଶାଏ ଛାତି ଜହ୍ନ ଖୋଜୁଥାଏ,

ପୂର୍ଣ୍ଣିମା ଜୋସ୍ନା ର ରାତି,

ପୀରତି ଖୋଜଇ କାମୁକ ପ୍ରେମିକ,

ଉସୁମାଇ ଦେହେ ତାତି ll


ଖୋଜି ଖୋଜାଇବା,ମନର ବେଦନା,

ବୁଝନ୍ତା କେ ଅବା ଦିନେ

ଅବ୍ୟକ୍ତ ଚିତ୍ର' ବଙ୍କା ଶଳଖେଇ,

କହନ୍ତି ଅକୁହା କାନେ ll


ଏକରୁ, ଅନେକ ଅନେକରୁ ଏକ,

ବାଟ ବି ଦେଖାଇଦିଏ,

ଆଉ ଉନ୍ନତ ମାନର ଚିତ୍ର ପ୍ରଦର୍ଶନ,

ନାନା ବର୍ଣ୍ଣ ଭାଵ କହେ ll



Rate this content
Log in

Similar oriya poem from Romance