STORYMIRROR

Amita Dash

Classics Inspirational

2  

Amita Dash

Classics Inspirational

କବିତା ପର୍ବକବିତା ସଂଖ୍ୟା ୧୪

କବିତା ପର୍ବକବିତା ସଂଖ୍ୟା ୧୪

1 min
99


ଶିକ୍ଷା ର ଆଲୋକ ପ୍ରଜ୍ଜ୍ଵଳିତ କରି

କୁସଂସ୍କାର ରୂପକ ଅନ୍ଧକାର କୁ ଦେବା ଧୂଳିସାତ୍ କରି।

ମନର ମନ୍ଦିରେ ସକାରାତ୍ମକ ତାର ଦୀପଟିଏ ଜାଳି ନକାରାତ୍ମକ ତାକୁ ଦେବା ଦୂର କରି।

ଅନ୍ଧକାର ନାହିଁ ବାହାରେ କୋଉଠି?

ଆମ ଭିତରେ ସବୁ ଭରିଅଛି।

ମନ ପବିତ୍ର କରି ସମସ୍ତଙ୍କ ଶୁଭ ମନାସି ପାରିଲେ,ସେଇ ହେବ ସବୁଠୁ ବଡ଼ ଦୀପାବଳୀ।

ମା ଲକ୍ଷ୍ମୀ ଙ୍କୁ ସଜେଇ ଗଣେଶ ବନ୍ଦେଇ,ଘରକୁ ଆଣିବା ସୁଖସମୃଦ୍ଧି।

ପିତୃ ପକ୍ଷରେ ପିତୃ ଶ୍ରାଦ୍ଧ ଦେଇ

ଆଶୀର୍ବାଦ ସବୁ ଆଣିବା ସାଉଁଟି।

ଆମର ପୂର୍ବଜ ଆମେ ତାଙ୍କର ଦାୟାଦ।

ତାଙ୍କ ନାମରେ ଦେବା ଦୀପ ଟିଏ ଜାଳି।

ଆସନ୍ତୁ ସିଏ ବଂଶ ଧର ହୋଇ।

ଯେତିକି ପଇସା ବାଣରେ ପୋଡିବା,ସେଇ ପଇସାରେ ଦୁଃଖୀ ଦରିଦ୍ର ଙ୍କୁ ଖାଇବାକୁ ଦେବା।

ନିଜ ହୃଦୟ ମନ୍ଦିର ଅନ୍ଧକାର ରଖି ,ଘରଅଗଣାକୁ ରଙ୍ଗୀନ୍ ଆଲୋକ ମାଳାରେ ସଜାଇ ,କି

ପାଇବା ବାହ୍ୟ ଆଡମ୍ବର କରି।

ପଡୋଶୀ ର ଭଲ, ତାଠୁ ହେବ ମୋର ଭଲ।

ପଇସା ନ ଥାଇ ଉଧାର ଆଣିବା

ଦୀପାବଳୀ ଧୂମଧାମରେ ପାଳିବା।

ୟାକୁ କ'ଣ ଦୀପାବଳୀ ନାମ ଦେବା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics