STORYMIRROR

Kiranbala Rath

Tragedy

4  

Kiranbala Rath

Tragedy

କବିତା - ଧର୍ଷିତା

କବିତା - ଧର୍ଷିତା

2 mins
426

କଢି ଟିଏ ହୋଇ ଫୁଟିଥିଲି ମୁହିଁ

ସମାଜ ରୂପକ ବଗିଚାରେ

ହସି , ଖେଳି, ନାଚି, ଗାଇ ଯାଉଥିଲି 

ବିତି ଯାଉଥିଲା ଦିନ ଯେତେ. ।


ବାପାଙ୍କର ଥିଲି ଗେହ୍ଲୀ ଝିଅ ମୁହିଁ

ମାଆଙ୍କ ନୟନ ତାରା ପୁଣି

ଗୁରୁଜନ ମାନେ କହୁଥିଲେ ମୋତେ

ନାଁ କରିବ ସେ ବଡ଼ ହୋଇ ।


ସେନେହ ଆଦର ପାଉଥିଲି କେତେ

ସ୍ୱପ୍ନ ଥିଲା ମୋର ଅସୁମାରୀ

ଦେଶ ସେବା ଦିନେ କରିବି ବୋଲି ମୁଁ

ପାଠ ପଢ଼ୁଥିଲି ଏକନିଷ୍ଠ ହୋଇ ।


ଦିନ ପରେ ରାତି, ରାତି ପରେ ଦିନ

ବିତି ଯାଉଥିଲା ଖୁସି ଖୁସି

ହେଲେ ଦିନେ ମୋର ଉଜ୍ବଳ ଜୀବନ

ଅନ୍ଧାର ଛାୟା ରେ ଗଲା ବୁଡ଼ି।


ବାଲ୍ୟ ଛାଡ଼ି ମୁଁ ଶୈଶବ ରେ ଯେବେ

ହୋଇଗଲି ଆଜି ଉପନୀତ

ପଡ଼ିଲା କାହାର ଲୋଲୁପ ଦୃଷ୍ଟି

ଜୀବନ ହୋଇଲା ଅନ୍ଧାର ।


ଜନଶୂନ୍ୟ ରାସ୍ତା ହୋଇଲା ମୋ ପାଇଁ

କାଳ ଠାରୁ ପୁଣି ମହାକାଳ

ଭିଡ଼ି ନେଲା ମୋତେ ଅନ୍ଧାରୁଆ ଦେଖି

ଲମ୍ବି ଆସି ତା'ର ଦୁଇ ହାତ. ।


ଜାଣେ ନାହିଁ ମୁହିଁ ଜାଣେ ନାହିଁ

କିଏ ସେହି ନର ରାକ୍ଷସ

ଭୟରେ ଥରିଛି ବିରୋଧ କରିଛି

କରିଛି ମୁଁ କେତେ ଚିତ୍କାର ।


ପିଟି ମାରି ମୋର ମୁହଁ ବନ୍ଦ କରି

ଘୋଷାରି ନେଇଗଲେ ଚୁଟି ଧରି

ଛାଡି ଦିଅ ମୋତେ ଛାଡ଼ି ଦିଅ ବୋଲି

ନେହୁରା ହୋଇଛି ହାତ ଯୋଡ଼ି ।


ଦେଇଛି ସେ କେତେ ନିର୍ଯ୍ୟାତନା ମୋତେ

ଚେତା ଶୂନ୍ୟ ହୋଇଯାଏ ପଡ଼ି

ନିଶାଚୋର ରୂପ ଧାରଣ କରି ସେ

ପିଇଛି ମୋର ରକ୍ତ ଶୋଷି ‌।


ମର୍ଯ୍ୟାଦା କପଡ଼ା ଉତାରିଛି ମୋର

ବର୍ବରତାର ସେ ସୀମା ଲଙ୍ଘି

ଘନ ଅନ୍ଧକାରେ ସେ ଚାଲି ଯାଇଛି

ରକ୍ତାକ୍ତ ଦେହକୁ ମୋର ଛାଡ଼ି ।


ମରଣ ସହିତ ଲଢୁଥିଲି ମୁହିଁ

କରୁଥିଲି କେତେ ଚିତ୍କାର

ଚିତ୍କାର କରି କରି ତଣ୍ଟି ପଡ଼ିଯାଏ

ନାହିଁ ବନ୍ଧୁ ନାହିଁ ସହୃଦୟର. ।


ସେଲ୍ଫି ନେବାରେ ବ୍ୟସ୍ତ ଯେ ସଭିଏଁ

କରନ୍ତି ନାହିଁ ଯେ କେହି ସାହାଯ୍ୟ

ଚେତା ଆସି ମୋର ଆଖି ଖୋଲେ ଯେବେ

ଦିଅନ୍ତି ସଭିଏଁ ମୋତେ ହିଁ ଦୋଷ.।


ଯାଉଥିଲ କାହିଁ କ'ଣ କରୁଥିଲ ?

ପିନ୍ଧିଥିଲ ତୁମେ ଛୋଟ ଡ୍ରେସ୍ କି . ?

ପ୍ରଶ୍ନ ପରେ ପ୍ରଶ୍ନ ସେ କରି ଚାଲନ୍ତି

ସତ୍ୟ ଟା ଯାଏ ମାଟିରେ ମିଶି ।


ଯାହା ସବୁ ହେଲା ଭୁଲିଯାଅ ବୋଲି

ମୋତେ ହିଁ କୁହନ୍ତି ସମସ୍ତେ

ପରିବାର ର ବଦନାମ୍ ହେବ

ସମାଜରେ ତୁମେ ନାରୀ ଟିଏ ବୋଲି।


ସମାଜ ଉଠାଏ ମୋତେ ହିଁ ଆଙ୍ଗୁଠି

ହତାଦର କରେ ଧର୍ଷିତା ବୋଲି

ସାଙ୍ଗସାଥି ସବୁ ସହୃଦୟ ର ସବୁ 

ମୋତେ ଏକା କରି ଚାଲି ଯାଆନ୍ତି ସବୁ।


ଭୁଲ୍ ନ ଥାଇ ମଧ୍ୟ ଦଣ୍ଡ ପାଏ ମୁହିଁ

ଅଲାଜୁକି କଳଙ୍କିନୀ ଟିଏ ହୋଇ

ସହି ନପାରି ଅପମାନ ମୋର

ଆତ୍ମହତ୍ୟା ପଥ ନିଅଇ ବାଛି।


ହେଲେ ଆଜି ସମାଜକୁ ପଚାରୁଛି ମୁଁ ଏକ ପ୍ରଶ୍ନ

ସବୁ ସମୟରେ ନାରୀ ହିଁ କାହିଁକି

ପୁରୁଷ ର ଜମା ନାହିଁ କି ଦୋଷ ?


ପୁରୁଷ ଶାସିତ ସମାଜ ରେ

ନାରୀ ସବୁବେଳେ ହୁଏ ନିଷ୍ପେସିତ

ଏହି ବ୍ୟବସ୍ଥା ଟି ଯେବେ ଭାଙ୍ଗିଯିବ

ନାରୀ ହୋଇବ ସଂପୂର୍ଣ୍ଣ ମୁକ୍ତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy