କବି
କବି
ହଁ
ଗୋଟେ କବି ଅନ୍ୱେଷଣ କରେ
ପ୍ରତିଟି ହୃଦୟକୁ ଖଙ୍ଗାଳେ
ମୋର, ଆର, ତାର ସମସ୍ତଙ୍କ ହୃଦୟକୁ
କେବେ କେବେ ନିଜସ୍ୱ ହୃଦୟକୁ ମଧ୍ୟ୍ୟ
ଏକ ନିରନ୍ତର ଅସମ୍ଭବ ଚେଷ୍ଟା
ସୁଖl ନୀଳ ସାଗରରୁ ମୋତି ଆଣିବାର
କିନ୍ତୁ ଦୁଃଖଦ
ପ୍ରୟାସ ଖାଲି କରି ରହିଯାଏ
ଶବ୍ଦରେ ଭାଗ୍ୟ ବଦଳାଇବାର ମନସା
ପ୍ରତ୍ୟେକ ଦିନ ଶବ୍ଦ ବଦଳେ
କିନ୍ତୁ ଭାଗ୍ୟ ସେଇଠି ରହିଯାଏ
କିନ୍ତୁ ବୋଧେ ତାର ଅନ୍ୱେଷଣ ସରେନା
ତଥାପି ହାରେନି ତାର ଇଚ୍ଛାଶକ୍ତି
ପ୍ରତିଟି ଦିନ ବଞ୍ଚେ ସେ ଭିନ୍ନ ଭିନ୍ନ ଚରିତ୍ର
ନିଗାଡ଼ିବାକୁ ତାର ଅସ୍ତିତ୍ବ ସ୍ବପ୍ନରେ
କ'ଣ ଏହା ତାର ଅପରାଧ?
ଆରୋପ, ନିଆରୋପ, ପ୍ରଶଂସା, ନିନ୍ଦା
ଘର କରନ୍ତି ତା ହୃଦୟେ
ପାହାଡ଼, ପର୍ବତ, ଜଙ୍ଗଲ, ଏକାନ୍ତ
ମନୁଷ୍ୟ, ପଶୁ, ସକାରାତ୍ମକ, ନକାରାତ୍ମକ
ପ୍ରତିଟି ଛବି ସେ ଭୋଗେ
ଭାଙ୍ଗି ପଡ଼ିଥିଲେ
ହସି ଉଠଇ ତା ସଶକ୍ତ ଚେହେରା
ଈଶ୍ୱର ମଧ୍ୟ୍ୟ ଚିନ୍ତା କରେ
କି ମୂର୍ତ୍ତି ଗଢିଛି ମୁହିଁ
ସର୍ବଦା, ସବୁ ଦୁଃଖ, ସୁଖରେ ହସୁଥାଇ
କେଜାଣି କାହୁଁ କିପରି
ସୃଜନୀ ଦିଶେ ତାକୁ ଜଳ ଜଳ
ପ୍ରତିଟି କ୍ଷଣ ସମୟର ସହ ସେ ଖେଳେ
ଶବ୍ଦର ଖେଳ
କେବେ କେବେ ପାଗଳର ପ୍ରଳାପ
ବୋଲି ଆଖ୍ୟା ଦିଅନ୍ତି
କିଏଅବା ଜାଣେ ପ୍ରେମରେ ସବୁ ସମ୍ଭବ
କବିଟିଏ ଖାଲି ଜାଣଇ ପ୍ରେମ
ନିର୍ମଳ ହୃଦୟଟିଏ ତାର
ସେଇଥିରେ ସେ ସାଇତି ରଖଇ ସଭିଙ୍କ ପ୍ରେମ
ସବୁଦିନ ପାଇଁ, ଶେଷ ନିଶ୍ୱାସ ଯାଇଁ l

