କବି ଓ କଲମ
କବି ଓ କଲମ
ଯନ୍ତ୍ରଣା ଭିତରେ ଦିବସ ବିତଇ
ହୃଦେ ଖେଳେ ନିରବତା
ସନ୍ତୁଳିତ ପ୍ରାଣେ ସଂଜୀବନୀ ବୋଳି
ଲେଖନୀ ରଖେ ମୋ ସତ୍ତା ।
ସେ ଲେଖନୀ ଯିଏ ଧରାଇଲା କରେ
ତାହାକୁ ମଣିିିଲି ବନ୍ଧୁ
ଆଖିର ଲୁୁୁୁହକୁୁ ପୋଛି ତ ପାରିିିଲା
ଯାହା ଥିଲା ଦିନେ ସିନ୍ଧୁ ।
ଦିନ ପରେ ଦିନ ଗଡି ଚାଲିଥିଲା
କବିତା ସ୍ରୋତରେ ଭାସି
ଅକଳନ ତାର ଭାବପ୍ରବଣତା
ଅକଳନ ପ୍ରେମ ରାଶି ।
ସହସା ଜୀବନେ ମୋଡ଼ ବଦଳଲା
ଦୂୂରତା ବଢିିିଲା ମନେ
ଝୁୁୁରିଲା ଲେଖନୀ ଗୁମୁରି ଗୁମୁରି
ବିିିଳପି କହିଲା କାନେ ।
ଭାବନାର କାଳି ନିତି ହୁଏ ଭାଳି
ଝାସାପ ଲେଖନୀ ଗାର
ଅସ୍ଥିର ହୁଅଇ କବି ପ୍ରାଣ ମୋର
ପଥ ଚାହେଁ ବାରଂବାର ।
ପତଝଡ ଋତୁ ଆଗମନେ ଯେହ୍ନେ
ନବ ପଲ୍ଲବିତ ବୃକ୍ଷ
ସେହି ରୂୂୂପେ ଫେରେ ଆନନ୍ଦ ମନରେ
ବନ୍ଧୁ ପୁଣିି ମୋର କକ୍ଷ ।
ଉତ୍ଫୁଲ୍ଲିତ ହୋଇ ଲେଖନୀ ଚାଲଇ
ଆଶା ହେଲା ଉଦ୍ଦୀପନା
କବି ଓ ଭାବନା ବିଜଡ଼ିତ ହୋଇ
ଆନନ୍ଦେ ଚଳନ୍ତି ସିନା ।

