କବି ଓ କବିତା
କବି ଓ କବିତା


ମୁଁ ମାଟିର କବି
ଜାତିର ଛବି
ଯୁଗଚିନ୍ତା ଚେତନା ଓ ସ୍ଵପ୍ନରଚୟିତା ।
ସବୁରି ପାଇଁରଚେ
ତହିଁରେ ବଞ୍ଚେ
ଯାହାକୁ ନେଇରଚେ ସେ ମୋ କବିତା । ୧ ।
କେବା ଜାଣିଥିଲା
କେବା ଶୁଣିଥିଲା
ହୃଦୟର ଯେଉଁ ଅକୁହା କଥା ।
ଓଠର ସୀମା ଡେଇଁ
କାଳୀ କଲମ ଦେଇ
ଯେ ଝରି ଆସଇ ସେ ମୋ କବିତା । ୨ ।
ସେଇ ତ ଜୀବନ
ସେଇ ତ ସ୍ପନ୍ଦନ
ନୂଆରୂପରସରେ ଛନ୍ଦିତା ।
ଲାଗଇ ଆପଣାର
ଖୋଦ୍ ଆତ୍ମୀୟତାର
ସଭିଏଁ ଜାଣନ୍ତି ସେ ମୋ କବିତା । ୩ ।
ସଭିଏଁ ଭଲ ପାଆନ୍ତୁ
କି ନ ପାଆନ୍ତୁ
କବି କହେ ଭଲପାଏ କବିତା ।
କବିର ଆଶା
କବିର ବି ପରିଭାଷା
ଭଲ ପାଇବାର ଅନ୍ୟ ଏକ ସତ୍ତା । ୪ ।