Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geetanjali Prusty

Action

4  

Geetanjali Prusty

Action

କାଠଯୋଡ଼ି

କାଠଯୋଡ଼ି

1 min
277



"କାଠ ଯୋଡ଼ି"

ଖାଲି ଏକ ଶବ୍ଦ ନୁହେଁ ମୋ ପାଇଁ

ସେ ଏକ ଆତ୍ମିକ ସ୍ପନ୍ଦନ

ହୃଦୟର କେଉଁ 

ନିଭୃତ କୋଣରେ

ପିଲାଦିନ, ବାଲିଖେଳ

ସାଙ୍ଗସାଥୀ ମେଳରେ 

ଅସ୍ତଗାମୀ ସୂର୍ଯ୍ୟଙ୍କର

ପୀତ ଲୋହିତ ଆଭାରେ

ନଦୀ ପଠା ବାଲୁକା ଶଯ୍ୟାରେ ll


"କାଠଯୋଡ଼ି"

ଜଳସ୍ରୋତ ଯା'ର କେବେ

ସ୍ୱଚ୍ଛ, ସୁନୀଳ ତ

କେବେ ପୁଣି ବିବର୍ଣ୍ଣ...

କେବେ ସେ ସଂକୀର୍ଣ୍ଣ ତ

କେବେ ପ୍ରଶସ୍ତ

ତାର ଭୟଙ୍କର

ଉଛୁଳା ଜଳରାଶି

କାଠି, କୁଟା,

ଫେଣ ମିଶ୍ରିତ..ll


"କାଠଯୋଡ଼ି"

ତୋ ଗର୍ଭରେ ଲୀନ ଆଜି

ମୋର ବାପା, ଜେଜେ ବାପା

ପୁଣି ଆଉ କେତେ ନିଜର ମଣିଷ

ସମସ୍ତଙ୍କୁ ଧରିଛୁ ତୁ କୋଳେ

ମଥା ମୋର ନଇଁଯାଏ

ତୋ ପାଖରେ

କରିବାକୁ ଆତ୍ମ ସମର୍ପଣ ll


"କାଠଯୋଡ଼ି"

 ମୋର ଜନ୍ମ, ଜାତକ, ଯୌବନ

ଓ ଜରା ସହ ଜଡ଼ିତ

ତୋର ସେହି ଆବେଗିକ ତଟ

ସ୍ୱଚ୍ଛ ଶୀତଳ ଜଳରାଶି

କାଶତଣ୍ଡୀ, କନିଅର ଶୋଭାଙ୍ଗନ

ସବୁ କେମିତି ମୋତେ 

କରିଦିଏ ମୋହଗ୍ରସ୍ତ, ତନ୍ଦ୍ରାଚ୍ଛନ୍ନ ll


"କାଠଯୋଡ଼ି"

ମୋ ହୃଦୟର ନୀଳ କନ୍ଦରରେ

ତୁଉ ହିଁ ତ କରିଛୁ ଘର

ହେଲେ....ମୋର ଶେଷ

ନିଶ୍ୱାସ ଥିବାଯାଏ

ତା ପରେ ତୋ କୋଳକୁ

ଫେରିଯିବି ମୁଁ ଅନନ୍ତ କାଳ ପର୍ଯ୍ୟନ୍ତ

ଯେଉଁଠି ନା ଥିବ କୋଳାହଳ

ନା.....ଅହଂକାର

ସବୁ ଚୁପ୍ ଚାପ୍ 

ଏ ଋଣ ଶୁଝିବାକୁ

ମୁଁ ହେବିନି ସମର୍ଥ ll


Rate this content
Log in

Similar oriya poem from Action