STORYMIRROR

jyotsna mayee panda

Tragedy

3  

jyotsna mayee panda

Tragedy

କାଠ କଣ୍ଢେଇ

କାଠ କଣ୍ଢେଇ

1 min
354

ଦୂର ଦିଗବଳୟ ର ସେ ଶୂନ୍ୟତା ଭିତରେ

ଆଜି ନିଜକୁ ନିଜେ ଅନେକ ପ୍ରଶ୍ନ ପଚାରେ l

ନିସାର୍ଧ୍ୱେ ଦେଖେ ସେ ଦିଗନ୍ତ କୁ

ଅଛି ସେଇ ତୋର ସ୍ମୃତି ର ଝସ୍ପା ଝସ୍ପା ଚିତ୍ର ସବୁ

ଆଜି ଆନମନା କରିଦିଏ ମୋ ର ସେ ବିଦଗ୍ଧ ମନକୁ l

ଆଙ୍କି ହୋଇ ରହିଥିଲା ମୋ ଅଭିମାନ ର ଛବି ସବୁ

ଆଜି ସବୁ ଯୁଗାନ୍ତକାରୀ ସ୍ମୃତି ହୋଇ ରହିଗଲା

ହଜିଗଲା ତୋର ସେ ଝାଳୁଆ ପଣତର ବାସ୍ନା

ଉଲକା ଭଳି ନିଜକୁ କରିଦେଲୁ ବିଦୀର୍ଣ୍ଣ

ମାଟି ରେ ମିଶିଗଲା ମୋର ସବୁ ସପ୍ନ

ବିଶ୍ୱାସ ରେ ନିଶ୍ୱାସ ବି ହଜିଗଲା

ତୁ ହଜିଗଲୁ ସେ ଦୂର ଦିଗବଳୟେ

ହଜିଗଲା ତୋର ସେଇ ସୁନ୍ଦର ଆତ୍ମ ଟି

ଲିଭିଗଲା ସପ୍ନ ସବୁ ସେଇ ନିଶୁନ ରାତିରେ

କାଠ କଣ୍ଢେଇ ପରି ସବୁଦିନ ପାଇଁ ଶାନ୍ତ ହୋଇଗଲୁ

ସ୍ମୃତି ହୋଇ ରହିଗଲୁ ମୋ ହୃଦୟ ଅଗଣାରେ

କେମିତି ଭୁଲିବି କହ ତୋତେ

ଏମିତି ଖୋଜୁଥିବି ଅନନ୍ତ ସମୟେ

ସଂଗୁପ୍ତେ ଖୋଜେ ମୁଁ ତତେ ଦୂର ଦିଗବଳୟେ

ତୁ ସିନା ଭୁଲିଗଲୁ ମୋତେ ଜୀବନ ର ଅଧା ବାଟେ

ହେଲେ ମୁଁ ଆଜିବି ଝୁରୁଛି ତୋତେ ମୋ ସପ୍ନ ରାଇଜରେ

ସେଇ ଦୂର ଦିଗବଳୟ ର ଠିକଣା ହଜା ରାସ୍ତାରେ

ସେ ଅନ୍ତରକ୍ଷ୍ୟ ର ଅଫେରା ରାଜ୍ୟରେ I



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy