କାଶତଣ୍ଡୀ
କାଶତଣ୍ଡୀ


ଅଶିନ ମାସରେ କାଶତଣ୍ଡୀ ଫୁଲ
ହସେ ସିନା ଦାନ୍ତ ଦେଖେଇ
ହେଲେ ତା ଅନ୍ତର ବେଦନା
କେହିତ ବୁଝି ନ ପାରଇ ।
କେତେ ଯୋଜନ ପ୍ରତିକ୍ଷା ପରେ
ହୁଏ ତାର ଆଗମନ
ଜଗତେ ହରସେ କବିର ମାନସେ
ହୁଏ ନାହିଁ ସେ ଆନମନ।
ବନେ କେବେ ପୁଣି ପ୍ରେମରସଳିତା
ଜାଳି ଦିଏ ପ୍ରେମଦିପାଳୀ
ପ୍ରତିକ୍ଷା ତାର କେବେ ହେବେଅନ୍ତ
ପଡିଛି ତା ମନେ ଭାଳେଣୀ
ବୃଥା ହୁଏ ଯଦି ତାର ପ୍ରତିକ୍ଷା
ମନରେ ଉଠୁଛି ଭାବନା
ମନର ମଣିଷ ଦେଖାତ ଯାଉନି
ଦହଗଞ୍ଜ ଖାଲି ହୁଏ ସିନା।
ବେଦନା ସିକ୍ତ ହୃଦକୁ ଧରି
ଅପନ୍ତରା ମୂଲକେ ହୋଇଛି ଠିଆ
କେବେ ଫେରିବ ମନରମଣିଷ
ହୃଦରେ ଜଳଇ ନିଆଁ।
ଏତେ ଶୃଙ୍ଗାର କିଅବା ମୂଲ
ହେଲା ଯଦି ଉପେକ୍ଷିତ
ସଂସାରସାରା ଆଦର ଲଭିଛି
ନିଜ ପ୍ରେମ କଲା ପ୍ରତାରିତ।
ନିଲଠା କବିଏ ଦେଖି ଦେଲେ ତାକୁ
ହସୁଛଛନ୍ତି ଦାନ୍ତ ଦେଖେଇ
ହେଲେକେ ବୁଝୁନି ତାର ଅଭିସାର
ତାକୁ ଯେ ବଞ୍ଚିବାକୁ ଦେଉନି ।
ଦୁନିଆଟା ବଡ ଅବିବେକି
ଖୋଜେ ସଦା ଚହଟ ଚିକଣ
ଅନ୍ତର ଦେଖେନା ମନକୁ ବୁଝେନା
ବୁଝେନା ମହତ ପରାଣ
ହୃଦତ ସିଏ ଦେଇଛି ବିକି
ଚାହିଁଛି ତା ଫେରିବା ବାଟ
ଚଗଲା ପବନ ଲମ୍ପଟ ଭ୍ରମର
କରିପାରିବେନି ତାକୁ ପଥଭ୍ରଷ୍ଟ।