କାଶତଣ୍ଡୀ ତୁମେ ପ୍ରେମର ଭାଷା
କାଶତଣ୍ଡୀ ତୁମେ ପ୍ରେମର ଭାଷା
ପ୍ରେମ ପରଶର ଭରସାରେ
ଯାଇଥିଲି ନଦୀପଠା
ସୁଲୁସୁଲୁ ପବନ ବାହାରେ
ହଲୁଥିଲା ତାର ଅଣ୍ଟା ।।
ଖୋଜୁ ଖୋଜୁ ମୁହିଁ ପାଦ ଲାଗିଗଲା
ଦେହରେ ଲାଗିଲା ପ୍ରେମପରଶର ଅଠା
ସୁନ୍ଦର ଚେହେରା ସୁଗନ୍ଧରେ
ମୋର ମନଟିକେ ହଜିଗଲା ।।
ସୁନ୍ଦର ତାର ଭାବଭଙ୍ଗୀ ପୁଣି
ମନ ଟାଣି ନେଇଗଲା
ସଫେଦ ଚେହେରା ସଫା ହୃଦୟରେ
ମନ କିଣି ନେଇଥିଲା ।।
ପ୍ରେମ ଭାବନାରେ ଭୁଲି ଯାଇଥିଲି
କିଏ ସେ ପ୍ରେମିକା ଥିଲା
ପବନଠୁ ଯେବେ ପଚାରି ବୁଝିଲି
ସେ ଅଶିଣ ସୁନ୍ଦରୀ ଥିଲା ।।
ଅଜଣା ଠିକଣା ପାଇଗଲି ଯେବେ
ପ୍ରେମ ଧୀରେ ବଢିଗଲା
କବିର କବିତା କବିର ଭାଷାରେ
ସିଏ କାଶତଣ୍ଡୀ ଫୁଲ ଥିଲା।।
କାଶତଣ୍ଡୀ ଫୁଲ ଅତ୍ୟନ୍ତ ସୁନ୍ଦର
ଦେଖିଲେ ଦେହଟା ଶିତେଇ ଯାଏ
ତା ରୂପ ଲାବଣ୍ୟ ତ ଭାରି ମନୋଲୋଭା
ହଜିଯାଏ ମୋର ଠିକଣା।।
କାଶତଣ୍ଡୀ ପୁଣି କବି କଲମରେ
ଲାଜେଇ ଟିକିଏ ଗଲା
ତୁମ ପ୍ରେମଭାଷା ଅବୁଝା ମନକୁ
ବାଟ ଯେ ଦେଖାଇ ଦେଲା
ସପନ ନିଦ୍ରାରେ କାଶତଣ୍ଡୀ ଫୁଲ
ଦେଇଗଲା କେତେ ପ୍ରେମ ଭାଷା।।