କାଶତଣ୍ଡୀ ର କ୍ଷୋଭ
କାଶତଣ୍ଡୀ ର କ୍ଷୋଭ
ମୋର ଭୁରୁ ଭୁରୁ ବାସ୍ନା ନାହିଁ,
ଜନ୍ମ ମୋର ଶୁଭ୍ର କଳେବର ନେଇ।
ମୋର ଏଇ ବାସହୀନ ତନୁ ପାଇଁ,
ପ୍ରେମୀ ଯୁଗଳ ଙ୍କ ମନକୁ କିଣି ନପାରଇ।
କାହା ଗଭା କି କାହା ରାତି ର ଶୋଭା କୁ
ରଙ୍ଗୀନ କରିବାରେ ଏକଦମ ଅସମର୍ଥ ମୁଁ।
ନଦୀ ପଠା ରେ ମୁଁ ଦୂର ଦିଗ୍ ବଳୟ ଚିରି
ମାଆ ର ସ୍ଵାଗତ ପାଇଁ ରହିଅଛି ଘେରି।
ପ୍ରେମୀ ର ହୃଦୟ ମୁଁ କିଣି ପାରେ ନାହିଁ
କବି ର ହୃଦୟ କୁ ଜିଣି ମୁଁ ଅଛଇ।
ପ୍ରେମୀ ପଛେ ନ ନେଉ ମୋତେ ଯେ ଆଦରି
କବି ର ଲେଖନୀ ରେ ମୁଁ ପଡୁଥାଏ ଝରି।
ମନ୍ଦ ପବନ ଦଲକାଏ ମୋ ତନୁକୁ ଚୁମି ସିନା ଯାଏ
ପାଗଳ ଭଅଁର ମୋତେ କେବେ ଯେ ନଛୁଏଁ।
ତଥାପି ବି ଶରତ ର ଆଗମନରେ ଏ ଧରା,
ମୋ ଶୁଭ୍ର ଚାଦର ତଳେ ଦିଶେ ମନଲୋଭା।
ପବିତ୍ର ମନ ରେ ମୁଁ ପାର୍ବଣ ରେ ଆସିଥାଏ
ପାର୍ବଣ ର ଅନ୍ତେ ପୁଣି ମୁଁ ଫେରିଯାଏ।