Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Omm Prasad Pradhan

Abstract Tragedy Classics

4.0  

Omm Prasad Pradhan

Abstract Tragedy Classics

କାରଣ ତୁ ମାଆ

କାରଣ ତୁ ମାଆ

1 min
22



ମା' ତୁ ସନ୍ତୁଷ୍ଟ ହେଉ 

କେବଳ ମାତୃତ୍ୱ ର ସମ୍ବୋଧନ ରେ 

କେବେ ତୁ ମାଗିନୁ କିଛି 

ଐଶ୍ୱର୍ଯ୍ୟ କି ଅସମାପ୍ତ ସୁଖ  ।

ସନ୍ତାନର ମୁଖ ଦର୍ଶନ ରେ ହିଁ 

ତୋର ଅସୀମ ତୃପ୍ତି ।

ବାଲ୍ୟକାଳର ଅନ୍ଧତ୍ୱ ପାଖରୁ 

ପରିପକ୍ୱତାର ଆଲୋକ ପର୍ଯ୍ୟନ୍ତ 

କେବଳ ତୋର ଉପସ୍ଥିତି ହିଁ ମନେପଡେ 

ଆହାରର ତୃପ୍ତି ଠୁ ଆରମ୍ଭ ହୋଇ

ପାହାରର ଚିତ୍କାର ପର୍ଯ୍ୟନ୍ତ ।

କେବଳ ମାଆ ହିଁ ମନେପଡେ

ପରିବାରର ବୋଝ ବୋହୁ ବୋହୁ 

କେତେବେଳେ ତୁ ନଇଁ ନଇଁ ଚାଲିଲୁଣି 

ମୋତେ ଜାଣିବାକୁ ବେଳ ହେଇନି ।

କିନ୍ତୁ ବାର୍ଦ୍ଧକ୍ୟ ର ଛାପ 

କେବେ ବି ତୋ ମୁହଁ ରେ ଦେଖିନି 

ଯେତେବେଳେ ବି ଦେଖେ 

ସେହି ତତ୍ପରତା ଭରା ଉସ୍ଛାହ 

ନିଜ ସନ୍ତାନ ପାଇଁ ।

  



Rate this content
Log in

More oriya poem from Omm Prasad Pradhan

Similar oriya poem from Abstract