STORYMIRROR

Mamatamanjari Das

Abstract

2  

Mamatamanjari Das

Abstract

କାରିଗର

କାରିଗର

1 min
331

ମୁଁ ଯଶୋଦା ନୁହେଁ

ମୁଁ ଜଣେ ଶିକ୍ଷୟିତ୍ରୀ

ହେଲେ ପ୍ରତିଟି ପିଲାଙ୍କୁ

ମୁଁ ଦେଖେ ସମାନ ଦୃଷ୍ଟିରେ

ତାଙ୍କରି ନିରୀହ ଆଖିରେ

ମୁଁ ଦେଖିଥାଏ ଚଉଦ ବ୍ରହ୍ମାଣ୍ଡ ର ଚିତ୍ର

ମୁଁ ଯଶୋଦା ନୁହେଁ

କିନ୍ତୁ ଖେଳେ କୁନି କୁନି କୃଷ୍ଣ ମାନଙ୍କ ସଙ୍ଗେ

ରଙ୍ଗ ବେରଙ୍ଗ ପେନସିଲ୍ ତୁଳୀରେ

ଦେଇ ନାନା ରଙ୍ଗ

ବେଳେବେଳେ

ଶୁନଶାନ୍ ଶ୍ରେଣୀ ଗୃହରେ

କିଛି ପାରା ଉଡି ଆସି ବସି ଯାଆନ୍ତି

ଝରକା ଫାଙ୍କରେ

ମୋତେ ଲାଗେ

ମୋ ପିଲାଙ୍କ ଭଳି

ସେମାନଙ୍କର ଧ୍ୟାନ ବୋଧେ

ଶ୍ରେଣୀ ଗୃହର କଳାପଟା ଉପରେ

ଜଣେ ଶିକ୍ଷକ ହେଉ ବା ଶିକ୍ଷୟିତ୍ରୀ

କେବେ ଡିବାକୁ ଶୂନ୍ୟ ଆକାଶରେ ତ

ପୁଣି କେବେ ବୁଡିବାକୁ ପଡେ

ଗଭୀର ଜଳରେ

କେବେ କେବେ ବୋହି ଯିବାକୁ ପଡେ

ନଦୀ ହୋଇ

ପିଲାଙ୍କୁ ବୁଝାଇବା ପାଇଁ

ପ୍ରାଞ୍ଜଳ ଭାବରେ

ଶିକ୍ଷକ ହେଉ ଅବା ଶିକ୍ଷୟିତ୍ରୀ

ସେତ ପିଲାଗଢା କମ୍ପାନୀର

ଛୋଟ ଏକ କାରିଗର

ସେମାନେ ତ ଏଇ ପିଲାଙ୍କ ର

ଯନ୍ତ୍ରାଶଂକୁ ଠିକ୍ କରି

ଗଢି ତୋଳିବେ

ଏ ଦେଶର କୁଶଳ ବୈଜ୍ଞାନିକ ,

ଇଞ୍ଜିନିୟର , ଆଉ ଡାକ୍ତର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract