କାନ୍ଦିବ ତା ଠାରୁ ବେଶି
କାନ୍ଦିବ ତା ଠାରୁ ବେଶି
ଆଖିର ଲୁହକୁ କାଗଜ ଉପରେ
ଶବ୍ଦରେ ସଜେଇ ଦେଲି
ଲେଖୁ ଲେଖୁ କିଛି ମନର ଭାବନା
କବିତାଟେ ଲେଖିଦେଲି ।
ଦୁଃଖ କାହାଣୀ ମୋ ଶୁଣିବ ବା କିଏ
କିଏ ସେ ଦେବ ଉତ୍ତର
କେଉଁ ଭୁଲ୍ ର ଯେ ଏତେ ବଡ଼ ଶାସ୍ତି
ସ୍ଵପ୍ନ ଦେଲ ଭାଙ୍ଗି ମୋର ।
ଦିନେ ନା ଦିନେ ତ ଦେବାକୁ ପଡ଼ିବ
ମୋ ଲୁହର ପ୍ରତ୍ୟୁତ୍ତର
ସାଜି ପଳାତକ ଆଉ କେତେ ଦିନ
ଲୁଚି ଲୁଚି ବୁଲୁଥିବ ।
ଆଉ କେତେ ନେବ ମିଛର ସାହରା
କେତେ ଦାଗ ଲଗାଇବ
ନିଜେ କରିଥିବା ଭୁଲ୍ ର ବୋଝକୁ
ଅନ୍ୟ ମୁଣ୍ଡେ ଲଦୁଥିବ ।
ଅଭିଶାପ ଦେଲି ହୃଦୟ କୋଣରୁ
କେବେ ନ ପାଇବ ଶାନ୍ତି
ମୋ ଜୀବନେ ଯେତେ ଦୁଃଖ ଭରି ଅଛ
କାନ୍ଦିବ ତା ଠାରୁ ବେଶୀ ।
