କାମାୟିନୀ
କାମାୟିନୀ


ଅଫୁଟି ଫୁଟିଲା ବାସ ମହକିଲା
ବାସିହେଲା ବାସ ଶେଯ,
ଲାଜେଇ ରୂପସୀ ଦେଲା ଟିକେ ହସି
ଉଇଁଲା ପ୍ରୀତି ସୁରୁଜ ॥
ଯୈାବନ କୁଂଜରେ ଝାଉଁଳିଲା ମଲ୍ଲୀ
ଭ୍ରମର ପ୍ରୀତି ପରଶେ,
ବିରହୀ ମଲ୍ଲିକା ମଧୁ ପରଶିଲା
ମଧୁରାତି ଅବଶେଷେ ॥
ଅସଜଡା ତନୁ ବାନ୍ଧୁଥିଲା କେଶ
ବୁହାଇ ପ୍ରୀତି ଝରଣା,
ବାସର ପଲଂକ ଲାଜେଇ ଲାଜେଇ
ଲୁଚାଉ ଥିଲା ଓଢଣା ॥
କୁଚକୁମ୍ଭେ ପ୍ରେମ କଢି ହସୁଥିଲା
ଉନ୍ମୁକ୍ତ ହିଅା ପ୍ରଦେଶେ,
ନାଭି ମଣ୍ତଳରେ କାମନା ଭଉଁରି
ପ୍ରଦକ୍ଷିଣ କାମ ଶୋଷେ ॥
ଗୋଲାପି ଅଧରୁ ଝଡି ପଡୁଥିଲା
ବାସି ଗୋଲାପ ପାଖୁଡା,
ଝାଉଁଳା ବୃଲତା ବାଳଇନ୍ଦୁ ସାଜି
ବାଢିଥିଲା ଫୁଲତୋଡା ॥
ନୟନ କୋଣରେ ପ୍ରେମ ତରଂଗିଣୀ
ସାଜିଥିଲା ପ୍ରେମ ଭଟ୍ଟା,
କୁଂଚିତ ଗଭାରେ ଚୁମ୍ବନ ଜୁଆର
ମାରୁଥିଲା ପ୍ରେମ ଛିଟା ॥
ଶିଥିଳ ପରାଣେ ଉଂକି ମାରୁଥିଲା
ପରିତୋଷ ବୈତରଣୀ,
ମିଳନ ପୀୟୁଷେ ବାସର ରଜନୀ
ଲେଖୁଥିଲା ପ୍ରୀତି ବାଣୀ ॥