STORYMIRROR

Satyabati Swain

Fantasy

3  

Satyabati Swain

Fantasy

କାଳିଶି

କାଳିଶି

1 min
317

ମୁଁ ତଲ୍ଲୀନ ହେଉଥିଲି

କେଉଁ ଏକ ଅନ୍ତରଙ୍ଗ

ନିରୋଳା ଉତ୍ସବରେ

ମୋ ସତ୍ତା ଓ ଚେତନା

ଉବୁଟୁବୁ ହେଉଥିଲେ

ସତେ ଅବା

ମୋ ଉପରେ କିଏ ସବାର ହେଉଥିଲା

କାଳିଶି ଲାଗିଲା ପରି।


ହଠାତ୍ ମହା ଶୁନ୍ୟରୁ

ଅଜ୍ଞାତ ନାୟକଟିଏ

ଓହ୍ଲାଇ ଆସେ

ଅଦୃଶ୍ୟ ସେ

ଗହଳ ଚହଳ ମଧ୍ୟରେ

ଛକପକ ହୁଏ ମନ।


ତା ସହ ଦିପଦ କଥା ହେବା ପାଇଁ

ସମୟ ନ ଥାଏ ମୋ ପାଖେ

ସେ ଅଭିମାନ କରି

ଅପସରି ଯାଏ।


ଚରମ ବ୍ୟର୍ଥତା

ଅସହାୟ କରେ

ଦ୍ଵନ୍ଦାତ୍ମକ ସ୍ଥିତା ବସ୍ଥା

ସତେ ଅବା ନିର୍ମମ ଭାବେ

ଛାତିରେ କାତି ମାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy