କାଳିଶି
କାଳିଶି
ମୁଁ ତଲ୍ଲୀନ ହେଉଥିଲି
କେଉଁ ଏକ ଅନ୍ତରଙ୍ଗ
ନିରୋଳା ଉତ୍ସବରେ
ମୋ ସତ୍ତା ଓ ଚେତନା
ଉବୁଟୁବୁ ହେଉଥିଲେ
ସତେ ଅବା
ମୋ ଉପରେ କିଏ ସବାର ହେଉଥିଲା
କାଳିଶି ଲାଗିଲା ପରି।
ହଠାତ୍ ମହା ଶୁନ୍ୟରୁ
ଅଜ୍ଞାତ ନାୟକଟିଏ
ଓହ୍ଲାଇ ଆସେ
ଅଦୃଶ୍ୟ ସେ
ଗହଳ ଚହଳ ମଧ୍ୟରେ
ଛକପକ ହୁଏ ମନ।
ତା ସହ ଦିପଦ କଥା ହେବା ପାଇଁ
ସମୟ ନ ଥାଏ ମୋ ପାଖେ
ସେ ଅଭିମାନ କରି
ଅପସରି ଯାଏ।
ଚରମ ବ୍ୟର୍ଥତା
ଅସହାୟ କରେ
ଦ୍ଵନ୍ଦାତ୍ମକ ସ୍ଥିତା ବସ୍ଥା
ସତେ ଅବା ନିର୍ମମ ଭାବେ
ଛାତିରେ କାତି ମାରେ ।