STORYMIRROR

Akshayakumar Dash

Action Classics Others

4  

Akshayakumar Dash

Action Classics Others

କାଳିଆ

କାଳିଆ

1 min
293

ପଥରେ ରଥରେ ଗତରେ କାଳିଆ,

ବଳିଆ ଭଉଣୀ ସହ,

ମାଉସୀ ପରସା ସରସା ଲାଳସା

ଛଳନା ନୁହେଁକି କହ?

ତୋର ଶ୍ରୀମନ୍ଦିର ମହା ପରସାଦ

ବେସର, ରାଇତା, ଡାଲି,

ଲକ୍ଷ୍ମୀ ସାଆନ୍ତାଣୀ ଅନେଇ ବସନ୍ତି 

କେଭୁଞ୍ଜିବ ଗଲେ ଚାଲି ?

ସପୁରୀ ପଣସ ଜାମୁ କୋଳି ତୋଳି

ଖାଇବାକୁ ଏତେ ମନ,

ଅରୁଚି ଧରିଛି ବୋଲୁଛୁ ବନେଇ 

ବୁଲିବୁ ଗୁଣ୍ଡିଚା ବନ ।

ବାହାନା ଛଳନା କରନା କାଳିଆ

କିମ୍ପାଇଁ ଆଇଲୁ ଧାଇଁ,

ଭାବ ଦଉଡିରେ ଭିଡି ଧରିବାକୁ

ତୋଲୀଳା ଭକତ ପାଇଁ।।


Rate this content
Log in

Similar oriya poem from Action