କାଳି ଵୋହୂ
କାଳି ଵୋହୂ
ଯୁଆଡ଼େ ଯାଉଛି ଯେଉଁଠି ବସୁଛି
ହେଉଅଛି ଅଟ୍ଟହାସ୍ୟ
ମୁହଁକୁ ଲୁଚାଇ କଥା ମୁଁ କୁହଇ
କାଳେ ହେବ ପରିହାସ।
କିଏ କହେ ମୋତେ କାଳି ଵୋହୂଟିଏ
କିଏ କହେ ଅମଙ୍ଗୁଳୀ
ଅଶୁଭ ଵୋଲିଣ ନାନା କଥା ଶୁଣେ
ରଙ୍ଗ ଟିକେ କଳା ବୋଲି।
ମନେ ମନେ ଭାବେ ଭଗବାନ ମୋତେ
ଶ୍ୟାମଳ କରିଲେ କାହିଁ
ସେଥିପାଇଁ ସହେ କେତେ ଅପନିନ୍ଦା
ଶୁଣି ତ ପାରୁନି ମୁହିଁ।
ପ୍ରଭୁଙ୍କ ପାଶରେ କରେ ମୁଁ ଆପତ୍ତି
ତୁମେ ବି ତ ପ୍ରଭୁ କଳା
ଦୁନିଆକୁ ଯଦି କଳା ରଙ୍ଗ ଦେଲ
କଳା କାହିଁ ଘୃଣା ହେଲା ।
ଦୁନିଆରେ ଯଦି କଳା ହୋଇ ପ୍ରଭୁ
ତୁମର ଏତେ ଆଦର
ହେଲେ ଆମ ପାଇଁ ପାତର ଅନ୍ତର
ଇଏ କି ତୁମ ବିଚାର ।
ଈଶ୍ୱର ସୃଷ୍ଟିରେ ମାନବ ଜାତିରେ
ଭେଦଭାବ କିଛି ନାହିଁ
ସଭିଏଁ ସମାନ ଈଶ୍ୱର ସନ୍ତାନ
ଜାତି ବର୍ଣ୍ଣ କର କାହିଁ ।
କଳା ବିନା ଆମ ଜୀବନ ଅଧୁରା
କଳା ବିନା କିଛି ନାହିଁ
ବର୍ଣ୍ଣକୁ ନ ଦେଖି ଗୁଣକୁ ଯେ ଦେଖ
ସୁଧୁରିବ ଦେଶ ତହିଁ ।