କାହିଁକିରେ ଜଗନ୍ନାଥ
କାହିଁକିରେ ଜଗନ୍ନାଥ
ସତ କହରେ ଜଗନ୍ନାଥ
କରିଅଛି ମୁଁ କେଉଁପରି ଦୋଷ
କାହିଁପାଇଁ ମୋତେ ଏତେ ଦଣ୍ଡ
ଦେଉଅଛୁ ଆରେ ହୃଷିକେଶ।
କାହିଁକିରେ ଜଗନ୍ନାଥ.
ମୋର ଜାଣତରେ ମୁହିଁ ତ
କରିନାହିଁ କିଛିହେଲେ ବି ଦୋଷ
କାହିଁପାଇଁ ମୋ ଉପରେ ତୁହି
ତୁଚ୍ଛାଟାରେ ହେଉଅଛୁ ଏତେ ରୋଷ।
କାହିଁକିରେ ଜଗନ୍ନାଥ.
ଲୋଭ ମାୟାରେ ପକାଇ ମୋତେ
କରୁଅଛୁ ତୁହି ପଥଭ୍ରଷ୍ଟ।
ମୋ ଇଛା ବିରୁଦ୍ଧରେ ନେଇ ତୁ
ମୋତେ ଦେଉଅଛୁ ଏତେ କଷ୍ଟ।
କାହିଁକିରେ ଜଗନ୍ନାଥ.
ପାରୁନାହିଁ ସହି ମୋ ପ୍ରତି ତୁ
କରୁଥିବା ଅନ୍ୟାୟକୁ ପ୍ରଭୁ
ଅଗ୍ନିରେ କୁଟା ପକାଇଲା
ପରି ଦୁଃଖ ପରେ ଦୁଃଖ କେତେ ଦେବୁ।
କାହିଁକିରେ ଜଗନ୍ନାଥ.
କଳାକଲେବର କହ୍ନେଇ
ତୋତେ କରିଥିଲି ମୁହିଁ ଆସରା
ଭାବିଥିଲି ତୁହି ମୋହର
ଦୁଃଖୀ ଶଙ୍ଖାଳି ଦରିଦ୍ର ପସରା।
କାହିଁକିରେ ଜଗନ୍ନାଥ.
ତୋତେ ଆଶ୍ରା କରି ଯେବେ
ମୋହପରି ଜନେହେବେ ହୀନିମାନ
ସତ କହରେ ଜଗନ୍ନାଥ
ତୁ କିପରି ପାଇବୁ ସନମାନ।
କାହିଁକିରେ ଜଗନ୍ନାଥ.