STORYMIRROR

Dharitri Das

Tragedy

3  

Dharitri Das

Tragedy

କାହିଁକିରେ ଜଗନ୍ନାଥ

କାହିଁକିରେ ଜଗନ୍ନାଥ

1 min
191

ସତ କହରେ ଜଗନ୍ନାଥ

କରିଅଛି ମୁଁ କେଉଁପରି ଦୋଷ

କାହିଁପାଇଁ ମୋତେ ଏତେ ଦଣ୍ଡ

ଦେଉଅଛୁ ଆରେ ହୃଷିକେଶ।

କାହିଁକିରେ ଜଗନ୍ନାଥ.

ମୋର ଜାଣତରେ ମୁହିଁ ତ

କରିନାହିଁ କିଛିହେଲେ ବି ଦୋଷ

କାହିଁପାଇଁ ମୋ ଉପରେ ତୁହି

ତୁଚ୍ଛାଟାରେ ହେଉଅଛୁ ଏତେ ରୋଷ।

କାହିଁକିରେ ଜଗନ୍ନାଥ.

ଲୋଭ ମାୟାରେ ପକାଇ ମୋତେ

କରୁଅଛୁ ତୁହି ପଥଭ୍ରଷ୍ଟ।

ମୋ ଇଛା ବିରୁଦ୍ଧରେ ନେଇ ତୁ

ମୋତେ ଦେଉଅଛୁ ଏତେ କଷ୍ଟ।

କାହିଁକିରେ ଜଗନ୍ନାଥ.

ପାରୁନାହିଁ ସହି ମୋ ପ୍ରତି ତୁ 

କରୁଥିବା ଅନ୍ୟାୟକୁ ପ୍ରଭୁ

ଅଗ୍ନିରେ କୁଟା ପକାଇଲା 

ପରି ଦୁଃଖ ପରେ ଦୁଃଖ କେତେ ଦେବୁ।

କାହିଁକିରେ ଜଗନ୍ନାଥ.

କଳାକଲେବର କହ୍ନେଇ

ତୋତେ କରିଥିଲି ମୁହିଁ ଆସରା

ଭାବିଥିଲି ତୁହି ମୋହର

ଦୁଃଖୀ ଶଙ୍ଖାଳି ଦରିଦ୍ର ପସରା।

କାହିଁକିରେ ଜଗନ୍ନାଥ.

ତୋତେ ଆଶ୍ରା କରି ଯେବେ

ମୋହପରି ଜନେହେବେ ହୀନିମାନ

ସତ କହରେ ଜଗନ୍ନାଥ 

ତୁ କିପରି ପାଇବୁ ସନମାନ।

କାହିଁକିରେ ଜଗନ୍ନାଥ.



Rate this content
Log in

Similar oriya poem from Tragedy