କାହିଁକି...?
କାହିଁକି...?
କାହିଁକି ଆମେ ଅଧା ଅଧା ହୋଇ
ଏଠି ସେଠି ଫୋପଡ଼ା ହେଲେ ?
ଯେଉଁ ଦିନ ହତାଶା ଆଉ ସନ୍ଦେହ
ଆମ ଆତ୍ମାକୁ ଛୁଇଁଲା
ବୋଧହୁଏ ସେହି ଦିନଠାରୁ
ଆମେ ତାରା ଭଳି ଭାଙ୍ଗିଯାଇ
ବିଛାଡ଼ି ହୋଇ ପଡ଼ିଥିଲେ
ଏଣେ ତେଣେ ।
ସେହି ଖଣ୍ତିତ ଅଂଶରୁ ଅହଂକାର ,
ଅଭିମାନ ଆଉ ଘୃଣାର ଗ୍ରହ ଉପଗ୍ରହମାନ
ଜନ୍ମିଥିଲେ ଆମ ହୃଦୟରେ ।
ଆଜି ପଛକୁ ଚାହିଁ ଦେଖିଲେ ଲାଗେ
ଓଃ ! ଆମେ ନିଜକୁ କେଡ଼େ ଯେ
କଦର୍ଯ୍ୟ କରି ସାରିଛନ୍ତି ।
ଅନ୍ତରରେ ପ୍ରୀତି ଆଦରର
ଗଜା ଟିକିଏ ଧରିଲେ
ଆମ ଚଉଦ ପୁରୁଷର ଆକଟ
ଆମକୁ ଆଖି ଦେଖାଏ ,
ମାଡ଼ିବସେ ଅପାଣିଆ ଅତୃପ୍ତ
ଦେବତା ପରି ।

