କାହିଁକି ତୁ
କାହିଁକି ତୁ


କାହିଁକି ତୁ,
ଋତୁଚକ୍ର ପରି ଫେରିଆସୁଛୁ
ଏକ ନିର୍ଦ୍ଦିଷ୍ଟ ସମୟପରେ !
କାହିଁକି ତୁ,
ଚାହିଁରହିଛୁ ଝରକା ଫାଙ୍କରେ
ଅଫେରାରାତିର ଜ୍ୟୋସ୍ନାରେ !
କାହିଁକି ତୁ,
ସେବେଠୁ ଭାବୁଛୁ କି
ବର୍ଷିଯାନ୍ତି ତୋ ଅଗଣାରେ !
କାହିଁକି ତୁ,
ମାଗୁ ଲୁହ ଆଞ୍ଜୁଳାଏ
କି ଅଜାଡ଼ିଦେବି ତୋ ଛାତିରେ !
କାହିଁକି ତୁ,
ଲକ୍ଷ୍ୟଚ୍ୟୁତ କରୁ ଦୃଷ୍ଟିକୁ କି
ଲାଖି ରୁହନ୍ତି ତୋ ବିନ୍ଦିରେ !
କାହିଁକି ତୁ,
ସବୁକିଛି କରୁ ଫିକାଫିକା କି
ଧାର ମାଗନ୍ତି ତୋ ରଙ୍ଗରେ !
କାହିଁକି ତୁ,
ଏତେ ନିଜର କରିଦେଲୁ
କି ଭୁଲିବା ହେଉନି ଭୁଲରେ..।