STORYMIRROR

Dr Baman Chandra Dixit

Abstract

4  

Dr Baman Chandra Dixit

Abstract

କାହିଁକି ମାନଙ୍କୁ

କାହିଁକି ମାନଙ୍କୁ

1 min
9


ଏହି ସବୁ କାହିଁକି ମାନଙ୍କୁ

ଖୁବ ଭଲପାଏ ମୁଁ

କାହିଁକି ନଥିଲେ ଖୋଜନ୍ତି କାହାକୁ

ପ୍ରାପ୍ତି ଆଶା ନୋହନ୍ତା ପ୍ରଖର

ଗତିଶୀଳ ହୁଏନା ଜୀବନ

ଯଦି ହୁଏ ଉଦ୍ଦେଶ୍ୟ ବିହୀନ।

ଲଭିବାର ସ୍ଫୁଲିଙ୍ଗ କୁ ସବୁ

କର୍ତ୍ତବ୍ୟର ପାଥେୟ ସଜେଇ

ଜୟ ଯାତ୍ରା ଆରମ୍ଭିଛି ବୋଲି

ଏହି ସବୁ କାହିଁକି ମାନଙ୍କୁ

ଖୁବ ଭଲପାଏ ମୁଁ।

ଉଦ୍ଦେଶ୍ୟ ବିହୀନ ଯାତ୍ରା ଭିତ୍ତିହୀନ

ଗନ୍ତବ୍ୟ ବିହୀନ ଗତି ଶକ୍ତିଶୁନ୍ୟ

ସ୍ମୃତି ହୀନ ଅତୀତ ବିରଳ

ଲକ୍ଷହୀନ ପ୍ରଚେଷ୍ଟା ବିଫଳ

ଚେଷ୍ଟା ବିନେ ନିଷ୍ଠା ଲୁପ୍ତ ମୃତ

ନିଷ୍ଠା ବିନେ ପ୍ରତିଷ୍ଠା ପରାହତ

ଭେଦି ଯେତେ ଅଭେଦ୍ୟ ଆପଦ

ଲକ୍ଷ ପ୍ରାପ୍ତି ଆଶାଧାରୀ ଭାଷାଟିଏ ଯେଣୁ

ଏହି ସବୁ କାହିଁକି ମାନଙ୍କୁ

ଖୁବ ଭଲପାଏ ମୁଁ।।

ଜୀବନ ଟା ଅନୋଖା ଅନ୍ୱେସା

କାହିଁକି ରୋ ଖୋଜେ ପ୍ରାଣବାୟୁ

ଖୋଜି ବୁଲେ ଘେନି ପ୍ରାପ୍ତି ଆଶା

ନିତି ନୂଆ ତୃପ୍ତି ପରିଭାଷା

ସଞ୍ଜ ହେଲେ ତାରା ଦେହୁ ଖୋଜେ

ଅଳ୍ପ ମାତ୍ର ଆଲୋକର ଆୟୁ

ନାସ୍ତି ଅଙ୍ଗେ ନ୍ୟାସୀ ଅସ୍ତି ଆତ୍ମା

ଆତ୍ମଚିତ୍ର ଆଙ୍କିବସେ ବୋଲି

ଏହି ସବୁ କାହିଁକି ମାନଙ୍କୁ

ଖୁବ ଭଲପାଏ ମୁଁ।।



Rate this content
Log in

Similar oriya poem from Abstract