କାହିଁକି କେଜାଣି
କାହିଁକି କେଜାଣି
କାହିଁକି କେଜାଣି
ବୁଝି ମୁଁ ପାରୁନି
ଏ ମଣିଷ ଗୁଡାକ
କାହିଁକି ହୁଅନ୍ତି ସ୍ଵାର୍ଥପର
ଜୀବ ଗଲା ବେଳେ
ସତେ ସବୁ ନେଇଯିବେ କି
ତାଙ୍କ ସଙ୍ଗର ?
କାହିଁକି କେଜାଣି ବୁଝି ମୁଁ ପାରୁନି
ଏ ଧନ ସମ୍ପଦ
ନେଇ ଆସିଥିଲା କି ଏ ମୁଢ ନର
ସଖା ସହୋଦର ସବୁ କରି ପର
ଧନ ସମ୍ପଦ ପଛେ ଧାଏଁ
ହୋଇ ତରବର
ଜୀବନ ଜୀବିକା ପାଇଁ
ଯଦି ହୁଏ ଏତେ ଏ ମଣିଷ ତତ୍ପର
କିମ୍ପାଇଁ ମୃତ୍ୟୁ କୁ ତା'ର ଏତେ ଡର ?
କାହିଁକି କେଜାଣି ବୁଝି ମୁଁ ପାରୁନି
ପ୍ରେମ କୁ କରେ
ଏ ସଭ୍ୟ ମାନବ ଏତେ ହତାଦର
ଷୋଡ଼ଶୀ ସୁନ୍ଦରୀ ଧନ ପଛେ ଧାଇଁ
ଭୁଲି ତା ପ୍ରେମ ପ୍ରେମିକ
କାହିଁ ବଶୀଭୂତ ହୁଏ ଅର୍ଥ କ୍ଷମତା ର
କ'ଣ ଏହି ତେବେ ପରିଚୟ ପ୍ରେମିକା ର ?
ସୁନ୍ଦରୀ ବୋଲି ତା ସୌନ୍ଦର୍ଯ୍ୟ ପାଇଁ କି
ମନେ କି ଥିଲା ତା ଗର୍ବ
ତା ଗର୍ବ ପାଇଁ କି ମୋ ପ୍ରେମର ମୂଲ୍ୟ
ସତେ କି ହୋଇଲା ଖର୍ବ
ନିତି ନିତି ତା'ର କଥା ଭାଳି ଭାଳି
ମୋ ତନୁ ମନ ସବୁ ଯାଏ ଜଳି
କେଜାଣି କାହିଁକି ପ୍ରେମିକା ହୃଦୟର
ପ୍ରେମ କୁ ମୁଁ ନ ପାରିଲି କଳି
କେଉଁଠି ଅବା ମୋ ପ୍ରେମେ ରହିଲା କି ତ୍ରୁଟି
ସତ୍ୟ ଶାଶ୍ଵତ ପ୍ରେମ ପାଇଁ କିବା
ମୁଁ ମୋ ପ୍ରେମ ପାଠରେ କି ଗଲି ଝୁଣ୍ଟି ?
କାହିଁକି କେଜାଣି ବୁଝି ମୁଁ ପାରୁନି
ଏ ସଭ୍ୟ ମାନବ ସଭ୍ୟତା ନାମେ
ହିଂସା, ଦ୍ୱେଷ, ଯୁଦ୍ଧେ
ବିଶ୍ଵକୁ କରଇ ଥରହର
ଶାନ୍ତି ବଦଳେ ଅଶାନ୍ତ ବାତାବରଣେ
ଜୀଇଁବା ର ରାହା ଭୁଲି
ଅନିଶ୍ଚିତତା ମଧ୍ୟେ
ଜୀବନ ଜୀବିକା ପାଇଁ
ଅହରହ ହେଉଛି ହରବର ।
କାହିଁକି କେଜାଣି ବୁଝି ମୁଁ ପାରୁନି
ନେତା ଆଜି କିଆଁ ନୀତି ଭ୍ରଷ୍ଟ
ଜନତା ନ ହୁଅନ୍ତି କର୍ତ୍ତବ୍ୟନିଷ୍ଠ
ବୁଦ୍ଧିଜୀବି ଏବେ ପଥଭ୍ରଷ୍ଟ
ଭ୍ରଷ୍ଟାଚାର ଓ ଦୁର୍ନୀତି ରେ ବୁଡି ସଭିଏଁ
ନଷ୍ଟ ଭ୍ରଷ୍ଟ କରନ୍ତି ସମଗ୍ର ବିଶ୍ଵ ରାଷ୍ଟ୍ର
ବେଳ ଥାଉଁ ଥାଉଁ ବନ୍ଧ ବାନ୍ଧରେ ମାନବ
ବେଳ ଥାଉଁ ବନ୍ଧ ବାନ୍ଧ
ଭାଇଚାରା ରେ ବଞ୍ଚିବା ପାଇଁ ଚେଷ୍ଟିତ
ବିପଦ ଆପଦେ ସଭିଏଁ ସଭିଙ୍କ
କାନ୍ଧରେ ମିଶାଅ କାନ୍ଧ
ନ ହୁଅ ଅର୍ଥ କ୍ଷମତାରେ ଅନ୍ଧ
ବିଶ୍ଵ ସମାଜୁ ଅନ୍ଧକାର ହଟାଇ
ନୂତନ ଆଲୋକ ପ୍ରଦୀପ ପ୍ରଜ୍ବଳନ କରି
ଶାନ୍ତି ମୈତ୍ରୀ ର ମନ୍ତ୍ର ଉଚ୍ଚାରି
ବିଶ୍ଵ ଭୂମିକୁ ସଭିଏଁ ବନ୍ଦ
ହଟାଇ ମନୁ ସଭିଏଁ ଦ୍ଵନ୍ଦ୍ଵ
ହଟାଇ ସର୍ବ ହୃଦୟୁ ଚିନ୍ତା ମନ୍ଦ
ବିଶ୍ଵ ମାତୃକା କୁ ଶାନ୍ତି ରଜୁରେ
ଏକ ସୂତ୍ରରେ ବାନ୍ଧ ।
