Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy Inspirational Others

3  

Bharatabandhu Biswal

Tragedy Inspirational Others

କାହିଁକି ଭେଳିକି

କାହିଁକି ଭେଳିକି

1 min
137



ତୁଚ୍ଛାଟାରେ ଫୁଲ ନାହିଁ ସହିବନି ଏ ବସୁଧା

ଅହମିକା ଅହଙ୍କାରେ ଫାଟିଯିବ ଛାତି

ଛାଇଦେଲେ ସୁନାରୂପା ଠୁଳାଇଲେ କଳାଟଙ୍କା

ବଡଲୋକ ହୁଏ ନାହିଁ କିଏ ରାତାରାତି ।

ଠକିଭଣ୍ଡି ତଣ୍ଟିଚିପି ଅରଜୁଛ ବୋଲି ଧନ

ତୋଳିଦେବ ସିନା ବଡ ବଡ ଅଟ୍ଟାଳିକା

ଖଚ୍ଚମିଛ କଥା କହି ଅସତ୍ଯ ଅନ୍ଯାୟ କରି

ପାଇପାର ମଧ୍ଯ ଉଚ୍ଚ ପଦବୀ କ୍ଷମତା ।

ଉଚ୍ଚ ଶିକ୍ଷା ଡିଗ୍ରୀସବୁ ହାତେଇ ବି ପୁଅଝିଅ 

ନାହିଁ ଯଦି କୁଳାଚାର ଯଥାର୍ଥ ସଂସ୍କାର 

ଆସିବନି ସେହି ବିଦ୍ଯା ଅସଲ କାମକୁ

କରିବନି ସମାଜର ହିତ ଓ ମଙ୍ଗଳ ।

ବୋହିନାହିଁ ଦେହୁ ଝାଳ ଯାହାଙ୍କର ମୋଟେ

ଜାଣିବେ ସେମାନେ କାହୁଁ ପରିଶ୍ରମ ମୂଲ୍ଯ 

ଧରାକୁ ମଣିବେ ସରା ମାତିବେ ଦେହସୁଖରେ

ଅକାଳ କୁଷ୍ମାଣ୍ଡ ଜନ୍ମି ହେବେ କୁଳାଙ୍ଗାର ।

କେବଳ ବାଆକୁ ବତା ନିରୁପାୟ ମାତାପିତା

ଚାହିଁଥିବ ସମାଜ ବି ଆଖି କରି ମେଲା

ଆଖିରେ ଆଙ୍ଗୁଠି ଗେଞ୍ଜି ନାଚୁଥିବେ ଥେଇ ଥେଇ 

ବୁଲୁଥିବେ ଅବସରେ ହୋଇ ଅଧାନଙ୍ଗଳା ।

ହେଉ ନ ହେଉ ବିବାହ କରିବେନି ପରବାୟ

ବିତାଇବେ ଏକ ସାଥେ ରାତ୍ରୀ ସଂଗୋପନେ

ଅଙ୍ଗଭଙ୍ଗୀ ନଗ୍ନ ଚିତ୍ର ଉତ୍ତୋଳିବେ ଏକାନ୍ତରେ

ନାମମାତ୍ର ବିବାହକୁ କରିବେ ଫେସନେ ।

ଅର୍ଥଶ୍ରାଦ୍ଧ ଅପଚୟ ରୋଷଣୀ ଓ ପଟୁଆର 

ଜମାଣିଆ ଭୋଜିଭାତ ଖାଇକି ଅତିଥି

ଦେଖି ମଞ୍ଚେ ଦୃଶ୍ଯପଟ କରୁଥିବେ ବାହାବାହା

ଯାଇଛି ସବୁତ ସରି ଭେଳିକି କାହିଁକି ???

      



Rate this content
Log in

Similar oriya poem from Tragedy