STORYMIRROR

Panchanan Jena

Tragedy

4  

Panchanan Jena

Tragedy

କାହିଁ ବା କେତେ !

କାହିଁ ବା କେତେ !

1 min
11



କୃଷକ ହାତରେ ପଇସା କେତେ ବା

ଗରିବ ଘରେ ଧନ ଦୌଲତ କେତେ

ରାସ୍ତା କଡ଼େ ଧାଡି ଧାଡି ଦୂବ ଫୁଲ

ପାଦେ ଦଳିଯାଏ ବହପ ବା କେତେ 


ଯେତେ ଝାଳ ବୁହାଇଲେ ପୁରେନା ଉଦର

ସମସ୍ୟା ଘେରରେ ଘାଣ୍ଟେ ଦୀନବର

ଚେଷ୍ଟା ଚଳେଇଛି ସଂଘର୍ଷ ଜାରି ରହିଛି

ତା ପାଇଁ ଦୁଃଖର ସଂଘାତ ବା କେତେ 


ଯେତେ ବି ବୟସ ସମସ୍ୟା ବି ସେତେ

ତେଲ ଲୁଣର ଯୋଗାଣ ବଢିଯାଏ କେତେ

ତୁଣ୍ଡରେ ପକାଇ ରାତି ଦିନ କର୍ମ କରି ଚାଲିଛି

ତା ପାଇଁ ଝଡ଼ ଝଞ୍ଜାର ଡ଼ର ବା କେତେ


ଯେତେ ରୋଜଗାର ଯୋଜନା ବି ତହୁଁପାର

ବଜାର ଦର ମୂଦ୍ରାସ୍ଫିତି ଭାରେ ନିଅଣ୍ଟିଆ ଘର

ହାରି ନାହ

ିଁ ଯୁଦ୍ଧ ସଂଗ୍ରାମ ଜାରି ଚାଲିଛି

ତା ପାଇଁ ମହଙ୍ଗା ଛାଟର ଭୟ ବା କେତେ


ଯେତେ ଲମ୍ବା ଚାଦର ଗୋଡ ହୁଏନା ଆରପାର

ଅଧା ପେଟେ ପାଣିପିଇ ଶୋଇଯାଏ କର୍ମବୀର

ପିଲା ପରିବାର କଥା ଭାବୁଭାବୁ ରାତ୍ରିପାର

ତା ପାଇଁ ଛାଡଖାଇର ନିରାଶା ବା କେତେ 


ଯେତେ ବି ଅର୍ଜିଲେ ଅକୁଳାଣ ସଂସାର

କଟା ଛଟାରେ ଗଡିଚାଲେ ଅଭାବି ଘର

ରୋଗ ବଇରାଗ ବେଳେ ସ୍ମରେ ଚକାଡୋଳା

ତା ପାଇଁ ନିର୍ବାଣ ପ୍ରାପ୍ତି ଦୂର ବା କେତେ


ଭବ ସାଗରେ ଭବୁଟୁବୁ ସକାଳେ ସଞ୍ଜେ

ଡାକୁଛି ଚକାନୟନ ଅସହାୟ ମଞ୍ଜେ

ରଖିଲେ ରଖିବ ହରି ମାରିଲେ ମାରିବ

ତା ପାଇଁ ଭକ୍ତି ନୈବେଦ୍ୟ କାହିଁ ବା କେତେ


Rate this content
Log in

Similar oriya poem from Tragedy