STORYMIRROR

Satyanarayan Sahoo

Abstract Romance Action

4  

Satyanarayan Sahoo

Abstract Romance Action

କାଗଜ ଡଙ୍ଗା

କାଗଜ ଡଙ୍ଗା

1 min
305

ବରଷା କାଳରେ ଖେଳ ପଡିଆରେ

ହୁଏ ନାହିଁ ଯେଣୁ ଖେଳି

ଚାରି ଆଡେ ପାଣି କାଦୁଅ ଚରିକି

ଯେଣେ ଚାହଁ ତେଣେ ପାଣି ।


ଖେଳ କଉତୁକ ତେଜି ଶିଶୁ ମାନେ

ନବ ରୋମାଞ୍ଚ ସ୍ପନ୍ଦନ

ଲଭି ଶିଶୁ ମନ କାଗଜ ଘେନିଣ

କରନ୍ତି ଡଙ୍ଗା ନିର୍ମାଣ ।


ନାନା ଗୀତ ଗାଇ ପାଣିରେ ଭସାଇ

ଲଭନ୍ତି କେତେ ଉଲ୍ଲାସ

କାଗଜେ ତିଆରି ଶିଖି କାରିଗରୀ

ଶିଶୁ ଏ କେତେ ହରଷ ।


ଆହା କି ଆନନ୍ଦ ଲାଗୁଥାଏ ସତେ

ଦୂରୁ ଦେଖିଲେ ତାହା

ବରଷା କାଳରେ ଖେଳ ପଡିଆ ରେ

ଭାସି ଆସି ଲାଗେ ଡଙ୍ଗା ।


ଜଳର ପ୍ଲାବନ ଖେଳାଇ ଜୀବନ

କାହାଣୀ ଗାଇ ନାଚନ୍ତି

କଉତୁକେ ମୋହି ନିଏ ମନ ଚାହିଁ

ହସେ ସତେ ଗାଆଁମାଟି ।


ବରଷା କାଳରେ ଜଳର ସ୍ରୋତରେ

ଉଠୁ ଥାଏ ନିତି ଉର୍ମି

ଭସାନ୍ତି ତହିଁରେ ତିଆରି ଶିଶୁ ଏ

ଡଙ୍ଗା ନିଏ ମନ କିଣି ।



Rate this content
Log in

Similar oriya poem from Abstract