STORYMIRROR

sasmita tripathy

Abstract Classics Children

3  

sasmita tripathy

Abstract Classics Children

କାଗଜ ଡଙ୍ଗା

କାଗଜ ଡଙ୍ଗା

1 min
424


ନିଦାଘ ଗଲାଣି ବର୍ଷା ବର୍ଷିଲାଣି

ମେଘମାଳା କୋଳେ ଧରି

ବତାସ ବିଜୁଳି ଆକାଶେ ଚମକେ 

ଛାତି ରେ ଛନକା ଭାରି


ପିଲା ଦିନ କଥା ମନେ ପଡେ ମୋର

ଧାରା ଶିରାବଣ ବେଳେ 

କାଗଜ ର ଡଙ୍ଗା କେତେ ଭସାଇଛି 

ନିତ ନିତି ସାଥି ମେଳେ


ସେ ଡଙ୍ଗା ରେ ଥାଏ ଅସୁମାରୀ ସ୍ବପ୍ନ

ବାଲ୍ୟ ଚପଳତା ଯେତେ

କେତେ ଶରଧା ରେ ବୋଉ ଗଢି ଦିଏ

କାଗଜ ର ଡଙ୍ଗା ମୋତେ


ପାଣି ଫୋଟକା ର ଲହଡି କୁ କାଟି 

ଡଙ୍ଗା ମୋର ଯାଏ ଭାସି

ଟଳମଳ ହେଲେ ଡଙ୍ଗା ଟି ମୋହର

ମନେ ଦକା ଯାଏ ପଶି 


ଭାବୁଥାଏ ମନେ ଡଙ୍ଗା ମୋର ନିଶ୍ଚେ 

ବହୁ ଦୂର ପଥ ଯିବ

ଝଡ଼ ତୋଫାନ କୁ ନ କରି ଖାତିରି

ସିଏ ସାଗରେ ଭାସିବ


ଗାଁଆ ଦାଣ୍ଡେ ଯେବେ ଭାସୁ ଥାଏ ଡଙ୍ଗା 

ଉତ୍ସୁକତା ଥାଏ ମନେ

କାହା ଡଙ୍ଗା କେତେ ଦୂର ଯିବ ବୋଲି

ଠାକୁର ଙ୍କୁ ଡାକୁ ମନେ


ହେଲେ ସେ ଠାକୁର ହୁଅନ୍ତି ନିଷ୍ଠୁର

ତାଙ୍କୁ ପାରୁନା ମନେଇ 

କିଛି ବାଟ ଯାଇ ମୋ କାଗଜ ଡଙ୍ଗା

ପାଣି ରେ ଯାଏ ମିଳାଇ


ମନ ଦୁଃଖ କରି ବୋଉ ପାଶେ ଆସି 

ବୁଡି ଗଲା ଡଙ୍ଗା କହେ

ଲୁହ ପୋଛି ବୋଉ ଗଢି ଦିଏ ପୁଣି

କାନ୍ଦନା ଧନ ବୁଝାଏ


ଛୋଟ ଛୋଟ ଖୁସି ପିଲା ଦିନ ଖେଳ

ଆଜି ହୋଇଛି ଅତୀତ

କାଗଜ ର ଡଙ୍ଗା ସେହି ବର୍ଷା ଦିନ 

କେବଳ ସ୍ମୃତି ସତତ





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract