କାବ୍ୟ ନାୟିକା
କାବ୍ୟ ନାୟିକା
ବିଶାଳ ଆକାଶେ ମୁଁ ହେଲେ ସୂର୍ଯ୍ୟ
ତୁମେ ପରା ତେଜ ତାହାର,
ଶୀତଳ ଜୋଛନା ତୁମେ ଅଟ ଜଦି
ମୁଁ ଚାନ୍ଦ ପୁନେଇଁ ତିଥିର l
ତରୁଡ଼ାଳେ ମୁଁ ଫୁଲ ଟିଏ ହେଲେ
ତୁମେ ବlଶ୍ନl ସେ ଫୁଲରେ,
ନିଶ୍ୱାସ ପ୍ରଶ୍ୱାସ ତୁମେ ପରା ଏଇ
ତୁଚ୍ଛା ମୋର ମାଟି ଘଟରେ l
ଏ ଦେହ ଦେଉଳେ ତୁମେ ମୋ ଦେବତା
ମୁଁ ତୁମ ପୁଜାରିଣୀ,
ପ୍ରୀତିପାରିଜାତ ଆଣିଦେଲ ମତେ
ଗାଏ ମୁଁ ପ୍ରେମର ରାଗିଣୀ l
ଚୋରା ଚଇତାଳି ତୁମେ ଅଟ ମୁଁ
ଅଲରା ବାଉଁଶ ବଣ,
ଲାଜରେ ଝାଉଁଳେ ତୁମେ ଯେବେ ସାଜ
ପ୍ରେମେ ଧାରା ସିରାବଣ l
ପଉସ ଜାଡରେ ବାୟାଣୀ ମୁଁ ହୁଏ
ପାଇ ସେ ବଉଳ ବlଶ୍ନା,
ତୁମରି ବାହୁରେ ବାନ୍ଧିହୋଇଗଲେ
ମେଣ୍ଟି ଯାଏ ସବୁ ତୃଷ୍ଣା l
ଜୀବନ ନାଟକେ ତୁମେ ମୋ ନାୟକ
ମୁଁ ହେଲେ କାବ୍ୟ ନାୟିକା,
ଚାଲୁଥିବା ସଦା ହାତେହାତ ଛନ୍ଦି
ହୋଇକି ପ୍ରେମିକ ପ୍ରେମିକା l
ବୈଶାଖୀ ଖରାରେ ନିଦାଘ ହେଲେ ମୁଁ
ତୁମେ ମଳୟର ଛୁଆଁ,
ଦେହ ମନେ ମୋର ଖେଳିଲା ରୋମାଞ୍ଚ
ତୁମେ ବସନ୍ତର ବାଆ l

