ଜୟନ୍ତୀ ଅର୍ଥ ନୁହେଁ ଦିବସ
ଜୟନ୍ତୀ ଅର୍ଥ ନୁହେଁ ଦିବସ
ଦିବସ ମଧ୍ୟରେ ଜୟନ୍ତୀ କେନ୍ଦ୍ରିତ
ଭିନ୍ନାର୍ଥକ ଶବ୍ଦ ଚାତୁରୀ
ଭାବ ବିଶେଷତା ଉଦ୍ଦେଶ୍ୟ ସଂହିତା
ଭାଷା ଭାବ ଯାଦୁ କରି ।
ଜୟନ୍ତୀ ତ ତିଥି ବଖାଣଇ ନିତ୍ୟ
ତିଥି ଦିବସ ଭିତରେ
ଶବ୍ଦ ଯେ ସରଳ ଭାବ ତତ୍ତ୍ବମୟ
ବ୍ୟବହାର ଅନୁସାରେ ।
ବିଶିଷ୍ଟ ବ୍ୟକ୍ତିତ୍ଵ କର୍ମାନୁବନ୍ଧିତ
ଜନ୍ମ ଦିବସ ଜୟନ୍ତୀ
ଦିବସ ପାଳନ ଗୁଣ ବିକିରଣ
ମୃତ୍ୟୁ ପରେ ଝରେ ମୋତି ।
ମହାମନିଷୀଙ୍କ ଗୁଣବତ୍ତା ନେଇ
ଦିବସ ନାମ କରଣ
ଗାନ୍ଧୀ ଜୟନ୍ତୀ ତ ଅହିଂସା ଦିବସ
ଗୁଣବତ୍ତା ପ୍ରକ୍ଷାଳନ ।
ରାଧାକ୍ରିଷ୍ଣନ୍ ଙ୍କ ଜନ୍ମ ଜୟନ୍ତୀରେ
ଗୁରୁଦିବସ ପାଳନ
ବ୍ୟକ୍ତିତ୍ବ ଝଲକ ନିଷ୍ଠାର ମହକ
କରେ ପ୍ରେରଣା ବଣ୍ଟନ ।
ଅବକ୍ଷୟତା କୁ ସୁଧାରତା ପାଇଁ
ତାରିଖ ସିଦ୍ଧ କରଣ
ଜାଗୃତିର ମନ୍ତ୍ର ହୁଏ ପ୍ରକ୍ଷାଳିତ
ବିଶ୍ଵଭାବ ଅନୁପମ ।
ମନୋଚ଼େତନା ର ସକାରତ୍ମ ଛନ୍ଦ
ଉଜ୍ଜ୍ଜୀବିତ ଆଶା ତରୀ
ପରିବେଶ ଅବକ୍ଷୟ ରୋକିବାକୁ
ଦିବସ ଟିଏ ଆଭାରୀ ।
ଜନ ଜାଗୃତିରେ ଦିବସର ଛନ୍ଦ
ସଦ୍ଭାବନା ସ୍ରୋତ ଧାରା
ମାତୃଦିବସ ଟି ମାନସ ଚଳନ
ଉଦ୍ଦେଶ୍ୟ କର୍ତ୍ତବ୍ୟ ଘେରା ।
ଜୟନ୍ତୀ ଅଟଇ ଜନମ ଦିବସ
ଦିବସ ବାର୍ତ୍ତା ର ଡେରା
ଦିବସ ଉଦ୍ଦେଶ୍ୟ ଚେତନା ଜାଗ୍ରତ
ଆଶା ର ଝଲକେ ଘେରା ।
ଜନମ ଜୟନ୍ତୀ ଜନ୍ମ ଦିବସଟି
ଦିବସ ମହକ ଭରା
ସେଇ ମହକ ରେ ମହକିବା ପାଇଁ
ଦିବସ ପାଳନ ସାରା ।
ଜନ୍ମ ଜୟନ୍ତୀ ତ ପଟ୍ଟଭୂମି ହେଲେ
ଦିବସ ଆକାଂକ୍ଷା ନଈ
ସେ ନଈ କୂଳରେ ଗୁଣବତ୍ତା ଫୁଲ ମହକ ବାଣ୍ଟିବା ପାଇଁ ।
ମହିଳା ଦିବସ ନାରୀର ଗୁରୁତ୍ୱ
ଅବକ୍ଷୟ ସ୍ରୋତେ ବାଧା
ଜାଗୃତି ମନ୍ତ୍ରରେ ଦିବସ ବନ୍ଧିତ
ଶ୍ରଦ୍ଧା ମାଧୁର୍ଯ୍ୟ ରେ ଛନ୍ଦା |
ଜୟନ୍ତୀ ପାଳନ ଶ୍ରଦ୍ଧାର ସୁମନ
ଦିବସ ପ୍ରେରଣା ସ୍ରୋତ
ପ୍ରେରିତ କରିବା ଦିବସର କଥା
କର୍ତ୍ତବ୍ୟ କର୍ମ ପ୍ରବୃତ୍ତ ।
ଜୟନ୍ତୀ ପାଳନ ନାମ ସଂକୀର୍ତ୍ତନ
ଦିବସ ଚେତନା ମଖା
ଜୟନ୍ତୀ ଶ୍ରଦ୍ଧାର ଛୋଟ ସ୍ରୋତସ୍ବିନୀ
ଦିବସ ଆତ୍ମିକ ସଖା ।
ସାମାଜିକ ସ୍ରୋତେ ଜୟନ୍ତୀ ଅଟଇ
ଶରୀର ସଂଲଗ୍ନ ଶୀଳା
ଦିବସ ପାଳନ ମନ ସଚେତନ
ବିବେକ ସ୍ମରଣ ଗାଥା ।
ସମଭାବାପନ୍ନ ଲାଗଇ ଯଦିଓ
ଜୟନ୍ତୀ ନୁହେଁ ଦିବସ
ଜୟନ୍ତୀ ତିଥିର ଦିବସ ତା ଘର
ଦିବସ ପରଶେ ବାସ ।
