STORYMIRROR

Naliniprava Subudhi

Action

4  

Naliniprava Subudhi

Action

ଜୟ ମା ତାରିଣୀ

ଜୟ ମା ତାରିଣୀ

1 min
392


କେତେ ଦୂରେ ଥାଇ ଯାଇପାରୁ ନାହିଁ

ତୋ ମହିମା ଆଜି ହେଲା।

ମନ ମୋ ଉଚ୍ଛନ୍ନ ଆଖିରେ ସପନ

ଘଟ ଗାଁ ଵାଟ ଫିଟିଲା।

ସପନ ମୋ ସତ ହେଲା ମା।

ସପନ ମୋ ସତ ହେଲା।

ଗାଡି ଗଡ଼ିଗଲା କେଉଁଝର ଜିଲ୍ଲା

ଆଖିରେ ଆଖିଏ ସପନ ମୋ ଥିଲା

ତତେ ଦେଖି ମନ ଖୁସିରେ ନାଚିଲା ।

ସପନ ମୋ ସତ ହେଲା ମା 

ସପନ ମୋ ସତ ହେଲା।

ମୁଣ୍ଡରେ ମୁକୁଟ ଥିଲା ।

ରୂପା ମୁକୁଟ ଝଟକୁ ଥିଲା

ଗଳେ ମନ୍ଦାର ମାଳ ତୋ ଥିଲା

ସପନ ମୋ ସତ ହେଲା ମା

ସପନ ମୋ ସତ ହେଲା।

ମନ୍ଦିର ଦୁଆର ମେଲା

ନଡ଼ିଆ ମଝିରେ ନଡ଼ିଆ ରାଣୀ ତୁ

ମାଟି ଘୋଡା ପାଶେ ଥିଲା।

ସପନ ମୋ ସତ ହେଲା ମା

ସପନ ମୋ ସତ ହେଲା।

ଦୂରୁ ଶାଳଵଣ ଦିଶୁଥିଲା

ତୋ ଲାଗି ସୁନ୍ଦର କେଉଁଝର ଜିଲ୍ଲା

ପାଟ ନେତ ଉଡୁଥିଲା ।

ସପନ ମୋ ସତ ହେଲା ମା

ସପନ ମୋ ସତ ହେଲା।

ଗାଡିଟା ଫେରିଆସିଲା

ଆଖିରୁ ଲୁହ ଝରିଲା

ସତେ ଆଉ ଭାଗ୍ୟ ହେବକି ମୋହର

ମନ ପକ୍ଷୀ ମୋର ଝୁରୁଥିଲା

ସପନ ମୋ ସତ ହେଲା ମା

ସପନ ମୋ ସତ ହେଲା।




Rate this content
Log in

Similar oriya poem from Action