STORYMIRROR

Bishwaranjan Tripathy

Classics Inspirational Others

3  

Bishwaranjan Tripathy

Classics Inspirational Others

ଜୟ ଗଣେଷ

ଜୟ ଗଣେଷ

1 min
35


ଅଗ୍ରପୂଜ୍ୟ ପ୍ରଭୁ ତୁମେ, ଆହେ ବିଘ୍ନ ବିନାଶକ,

ବିଘ୍ନ ଯେତେ ହରି ନେଇ, ସୁଖ ଯେ ପରଷ।

ବିଦ୍ୟାର ସାଗର ତୁମେ ବୁଦ୍ଧିର ଭଣ୍ଡାର,

କୃପାକରି ଦିଅ ମତେ ବିଦ୍ୟା ବୁଦ୍ଧି ବର।

ଗଜାନନ ନାମ ହେଲା ମହାଦେବଙ୍କ କୋପରୁ,

ସେହିଁ ନାମେ ପାପୀ ତରେ ଏ ମାୟା ସଂସାରୁ।

ଘୃତ ଲଡୁ ପ୍ରିୟ ତୁମେ ଆହେ ଭଗବାନ,

ତୁମ ଦୟାବଳେ ମୁର୍ଖ ପଣ୍ଡିତ ସମାନ।

ତୁମ ଦୟା, ଆଶିଷ କୁ ସର୍ବେ ପୁଞ୍ଜି କରି,

ଆତ୍ମାସନ୍ତୋଷ, ଜ୍ଞାନ ଲଭିଥାନ୍ତି ଯେ ସବୁରି।

ଭାଦ୍ରମାସ ଚତୁର୍ଥୀ ରେ ପଡେ ତୁମ ପୁଜା,

ଗଣେଷ ବିଘ୍ନେଶ ବୋଲି ଉଡୁଥାଏ ଧ୍ବଜା।

ସବୁ ଶିକ୍ଷା ଅନୁଷ୍ଠାନେ ତୁମକୁ ପୂଜନ୍ତି,

ତୁମରି କରୁଣା ଆଶିଷ ସର୍ବେ ଲଭିଥାନ୍ତି।

ଯେତେ ଲେଖୁଥିଲେ ପ୍ରଭୁ ତୁମ ଗୁଣ ଗାଥା,

କାଳି ସରିଯିବ ପୁଣି,ହାତ ହୋଇବ ଯେ ବ୍ୟଥା।

ସ୍ୱଳ୍ପ ଜ୍ଞାନରୁ ଲେଖିଅଛି ଏ କବିତା,

ତ୍ରୁଟି ଥିଲେ କ୍ଷମା କରିବେ ମୋ ଶ୍ରୋତା।

ଏତିକିରେ ଶେଷକଲି ଆହେ ଭଗବାନ,

ଭୁଲଥିଲେ କ୍ଷମା ଦେବ ମୁହିଁ ଯେ ଅଧମ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics