STORYMIRROR

Sangita Mishra Satapathy

Classics Inspirational

3  

Sangita Mishra Satapathy

Classics Inspirational

ମାଆ ଓ ଶାଶୁ

ମାଆ ଓ ଶାଶୁ

1 min
124

     

ଏ କୁଳେ ବଢଇ ମାଆ କୋଳରେ ଲୋ

ସେନେହ ସୋହାଗ ପାଇ

ସେ କୁଳେ ବଢଇ ଶାଶୁଙ୍କ ପାଶେ ଲୋ

ସଣ୍ଠଣା ଶାସନେ ରହି।

ଇଏ ପରା ମାଆ ମମତାର ଝର

ଲୁହ ପାରେ ନାହିଁ ଦେଖି

ସିଏ ପରା ଶାଶୁ ଆନ ଏକ ମାଆ

ଶାସନେ କଡା ଅତି

ମାଆ କୋଳ ସିନା ଅଢେଇ ଦିନିଆ

ଦୁହିତା ଜନମ ବୋଲି

ଶାଶୁଘର ପରା ସରଗପୁରଲୋ

(ତା ଲାଗି )ସୌଭାଗ୍ୟବତୀ ହେଲି.

ମାଆ ପାଖୁ ସିନା ସବାରୀ ଉଠିଛି

ଛାଡିଛି ଶୈଶବ ସ୍ମୃତି

ଶାଶୁଘରୁ ପରା ଉଠିବ କୋକେଇ

ଇହ ପର କାଳ ସେଠି।

ଆଜି ଯିଏ ମାଆ କାଲି ସିଏ ଶିଶୁ

ବିଧିର ଏଇ ବିଧାନ

ସଂସ୍କାର,ସଣ୍ଠଣା,ଘରକରଣା

ଶିଖାନ୍ତି ଅନୁଶାସନ।

ଶାଶୁମାଆ ପାଶେ କରୁ ଅଛି ଅଳି

ଭାବନାହିଁ ପର ଝିଅ 

ଏଇ ପରଝିଅ ସବୁତ ଛାଡିଛି

ହେବାକୁ ତୁମ ନିଜର।

ସେନେହରେ ଥରେ ମଥାକୁ ସାଉଁଳି

କୋଳେ ଆଉଜାଇ ନିଅ

ଏଇ ବୋହୂ ପରା ଲାଗିବ ତୁମକୁ

ସତେ ତୁମ ନିଜ ଝିଅ। 

ଦୁଇ ମାଆଙ୍କର ଚରଣ ନମୁଛି

ବିଭୁ ପାଦେ ରଖି ଲୟ।

ଦୁହିତାଜନ୍ମ ମୋ ସାରଥକ ହେଉ

ଗାଇ ଦୁଇ କୁଳ ଜୟ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics