Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmini Parida

Classics

4  

Padmini Parida

Classics

ଜୟ ବାବା ବିଶ୍ୱକର୍ମା

ଜୟ ବାବା ବିଶ୍ୱକର୍ମା

1 min
379


ଜୟ ବାବା ବିଶ୍ୱକର୍ମା ସୃଷ୍ଟି ରଚୟତା

                ଯେମିତି ମନରେ ହୁଏ କଳ୍ପନା

     ତାଠାରୁ ଭି ସୁନ୍ଦର ବିଶ୍ୱକର୍ମା ର ରଚନା !

ଯିଏ କରନ୍ତି ତାଙ୍କରି ପୂଜା ଅର୍ଚ୍ଚନା

             ସବୁ ସ୍ବପ୍ନ ପୁରା କରନ୍ତି ବିଶ୍ୱକର୍ମା  !

ସମଗ୍ରେ ବିଶ୍ୱେ ଯାହା ଅଛି ତାଙ୍କରି ଛାୟା

             ଶିଳ୍ପ କଳାରେ ନିପୁଣ ଅଟନ୍ତି ବିଶ୍ୱକର୍ମା!

ସବୁ ଶିଳ୍ପକାରଙ୍କର ଆରାଧ୍ୟ ଦେବତା ବିଶ୍ୱକର୍ମା

        ବିଶ୍ୱ କୁ ନିଜ କର୍ମେ ଗଢ଼ି ହୋଇଅଛ ବିଶ୍ୱକର୍ମା!

ବିଷ୍ଣୁଙ୍କ ସୁଦର୍ଶନ ଚକ୍ର ସର୍ବ ପ୍ରଥମେ ନିର୍ମାଣ କଲ

      ବ୍ରହ୍ମା ଙ୍କ ବେଦ, ମହାଦେବଙ୍କ ତ୍ରିଶୂଳ, ଡମ୍ବରୁ

ଇନ୍ଦ୍ରଦେବଙ୍କ ବଜ୍ର, ଶ୍ରୀ ରାମଙ୍କ ଧନୁଶ

             ହନୁମାନ ର ଗଦା ଭାରି କଲ ଜାଣ!

କାଳୀମାତାଙ୍କର ଫରସା ଆଉ ତଲଵାର

            ଯେଉଁ ଶସ୍ତ୍ର ରେ ଦୃଷ୍ଟ ର ହୁଅଇ ସଂହାର!

ଇନ୍ଦ୍ରଦେବର ସିଂହାସନ, ସରସ୍ୱତୀଙ୍କ ଵୀଣା

             ଶ୍ରୀ କୃଷ୍ଣଙ୍କର ଦ୍ୱାରିକା ନଗରୀ     

   ଅବା ସୁଦାମ ର ହବେଲି ସବୁ ତୁମରି ସୃଷ୍ଟି!

ମାତା ଭୂବନା, ପିତା ପ୍ରଭାସଙ୍କ ସନ୍ତାନ 

               ଅଟ ତୁମେ ବିଶ୍ୱକର୍ମ

    

    ଋତବେଦ ଅନୁସାରେ ବ୍ରହ୍ମା ଙ୍କ ପୁତ୍ର ବିଶ୍ୱକର୍ମା !

ପୌରାଣିକ କଥା ଅନୁସାରେ

        ମାଲ୍ୟବାନ, ମାଲି, ସୁମାଳୀ ନାମକ ରାକ୍ଷସ      ପାଇଁ ଭବ୍ୟ ମହଲ ସୁନାର ଲଙ୍କା ତିଆରି !

ବାଲ୍ମୀକି ଙ୍କ ରାମାୟଣ ଅନୁସାରେ

              ଶିବ ଙ୍କ ପାଇଁ ସୁନାରଲଙ୍କା ତିଆରି!

ରାବଣ ର ଭାଇ ଧନ କୁବେର ର

          କହିବା ପରେ ସୁନାର ଲଙ୍କା ନିର୍ମାଣ କଲ!

ମୁଁ ଅଜ୍ଞାନି କିମ୍ବଦନ୍ତୀ ନ ଜଣାଇ

              କ୍ଷମା କରିଦେବେ ହେ ସାଇଁ !

ପୁଷ୍ପକ ନାମକ ବିମାନ

            ମନର ଗତିଠାରୁ ତାର ଗତି ପ୍ରଖର

ପ୍ରଭୁ ଆପଣଙ୍କ ଦ୍ୱାରା ସମ୍ଭବ !

        ଶ୍ରୀକୃଷ୍ଣ ଙ୍କ ମୁରଲୀ ହେଉ ଅବା

 ରାଧାଙ୍କର ସବୁ ସିଙ୍ଗାର 

             ସବୁ ଆପଣଙ୍କ ରଚନା !

ପାଣ୍ଡବଙ୍କ ଇନ୍ଦ୍ରପ୍ରସ୍ତନଗରୀ

       ଶ୍ରୀ ରାମଙ୍କ ସରଜୁ ନଦୀ ପାର କରିବା ନୌକା

  ସବୁ ଆପଣଙ୍କ କୃପାରୁ  !

ଶ୍ରୀ ରାମ ଙ୍କ ଧନୁଷ ବାଣ

             ଯେଉଁଥିରେ ରାକ୍ଷସ ଙ୍କ ବଦ୍ଧ!

ଲକ୍ଷ୍ମଣ ସୁପନାକାର ନାକ କାଟିବା

           ଅସ୍ତ୍ର ମଧ୍ୟ ଆପଣଙ୍କ ନିର୍ମାଣ!

କାନର କୁଣ୍ଡଳ ହେଉ କିମ୍ବା ସିଂହାସନ

                    ଅବା ମୁଣ୍ଡର ମକୂଟ

   ସବୁ ଆପଣଙ୍କ ନିର୍ମାଣ !

ୟମରାଜର କାଳଦଣ୍ଡ ମଧ୍ୟ

                ଆପଣଙ୍କ ସୃଷ୍ଟି !

ଇନ୍ଦ୍ରପୁରୀ ର ନିର୍ମାଣ

           ଶ୍ରୀ ରାମଙ୍କ ଅଯୋଧ୍ୟା ନଗରୀ

ଅବା ଜାନକିର ମିଥିଲା ନଗରୀ

            ସବୁ ଆପଣଙ୍କ ସୃଷ୍ଟି !

ଜୀବନ ରକ୍ଷା ପାଇଁ ଅନ୍ନ, ବସ୍ତ୍ର ଆଉ ବାସଗୃହ

         ଆପଣବିନା ଜୀବନ ସମ୍ଭବ ନାହିଁ !

ଆଜିକାଲିର ସ୍ଥାପତ୍ୟ, ଅତି ଆଧୁନିକ ଯନ୍ତ୍ରାଶ

       ବୈଜ୍ଞାନୀକ, କାରୀଗର, ଯନ୍ତ୍ରୀ

ପ୍ରଭୁ ଆପଣଙ୍କ ପ୍ରତିନିଧିତ୍ୱ କରୁଛନ୍ତି  !

       


Rate this content
Log in

Similar oriya poem from Classics