STORYMIRROR

Satyabati Swain

Tragedy

3  

Satyabati Swain

Tragedy

ଜୁଆର

ଜୁଆର

1 min
177


ଜୁଆର 

ତିମିର ତୃଷ୍ଣା

କରେ ଆନମନା

କୋଇଲିଟି 

କାହିଁକି କେଜାଣି

ଆଜିକାଲି ଖୁବ୍ ଚୁପ।


ଜୁଆର

ଭସାଏ କେବେ

ସୁ ସୁ ଗର୍ଜନେ

କାନ ତାବ୍ଜା

ଏବେ କିଛି ଶୁଭୁନାହିଁ

ମୋର କିଛି ମନେ ନାହିଁ

ସବୁ ତ ଜୁଆର

ଭସେଇ ନେଇଛି ସମୁଦ୍ରକୁ !


ଏବେ ଅପେକ୍ଷା

ସମୁଦ୍ର ନୀଳ ସମ୍ମୋହନେ

କେଜାଣି କେଉଁଠୁ

ଭାସି ଆସେ ସୁମଧୁର ଵଂଶୀ

ଗହିର

ବିଲରୁ।


ଅପେକ୍ଷା

ନୀଳ ନଈ ପାର ହେବା ପାଇଁ

ନୀଳ ତୃଷ୍ଣାରେ

ଆକ୍ତାମାକ୍ତା

ଅସହାୟତାର

ଉତୁରା ପେଜ

ଢ଼ାଙ୍କୁଣୀ ଠେଲି

ଉତୁରି ପଡୁଛି।


ହଜୁଛି ନୀଳ ତନ୍ଦ୍ରାରେ

ଝୁରୁଛି

ନୀଳଜହ୍ନ

ନୀଳ ନିଳୀମା

ବିମୁଗ୍ଧ

ବିଜନ ବେଳାର

ନୀଳ ଜୁଆରରେ ହଜି।


ଜୁଆର ମୁଣ୍ଡ ପିଟେ

ବାଲି ରେଣୁରେ

ବେଳାଭୂମି

ଖାଁ ଖାଁ ସଂକ୍ରମଣ

ମୃତ୍ୟୁ ଭୟେ।



Rate this content
Log in

Similar oriya poem from Tragedy