STORYMIRROR

Sanjya Tripathy

Classics

3  

Sanjya Tripathy

Classics

ଜୁଆର

ଜୁଆର

1 min
252


ଶବ୍ଦର ଦୋଳି ଖେଳୁଛି

ମୁଁ ଅଂଧ ଚିତ୍ରକର

ଚତୁର୍ଦ୍ଦିଗେ ଶବ୍ଦାୟିତ ଅରଣ୍ୟ

ଅଂତରିକତାହୀନ ସଂପର୍କର

ପ୍ରତୀତ ହେଉଛି ସାମଗ୍ରୀକ ସଭା

ବିଶ୍ୱ ବ୍ରହ୍ମାଡର,

ଏକ ତରଂ ଗାୟିତ ସମୁଦ୍ର

ଉଦ୍‌ବେଜିତ ଜୁଆର

ଶଦ ସବୁ ଆସି ପିଟି ହେଉଛନ୍ତି

ମଥାରେ, ମଥାନରେ,

ଲହୁ ଲୁହାଣ କରି ଯାଉରଂତି

ଭାବଲେଶହୀନ ବେହେରାକୁ

ଏଇ ଶବଦର ମାୟାରେ ମୋତେ

ବ୍ୟ ରଖୁଛି ସେ ମାୟାଧର ଯାଦୁକର

କେବେ ଅଶନି ସଂକେତ କେବେ

ପ୍ରାଚୁର୍ଯ୍ୟର ଖଲରବ

ଏଇ ଶବ୍ଦରେ ବଂଧ ସବୁ ଦେବତା,

ସବୁ ବିଶ୍ଵାସର ମୂର୍ତ୍ତିତ ପ୍ରତୀକ

ଶବଦର ଡୋରିରେ ବଂଧ

ଜଗତର ସମସ୍ତ ସଂପର୍କ

ଶବ୍ଦର ଅଭାବରେ ହୁରି ପଡିଯାଏ

ସମସ୍ତ ସଂସାରରେ

ପୁଣି ଶବ୍ଦର ଆଗମନରେ

ଖେଳିଯାଏ ପରିପୂର୍ଷତାର ଅନନ୍ୟ ମହକ !

ଜୀବନ୍ମତୁର ଏଇ ଦୋଛକିରେ

ଏ ଯାବତ୍ ଅପେକ୍ଷା କରି ରହିଛି

ମୋ ବୁଢ଼ୀମା ତା ଭବିଷତ୍ୟକୁ

କାହୁଁ ସେ ଜାଣିବ

ପାପପୁଣ୍ୟ ଓ ନ୍ୟାୟ ଅନ୍ୟାୟର

ଧର୍ମ ନିକିତି ବି

ବେଳେ ବେଳେ ହାର ମାନି ଯାଏ

ମନୁଷ୍ୟକୃତ କେକାରୀରେ

ତଥା ଇଶ୍ଵରଙ୍କ ତଥା କଥିତ ସ୍ୱୟଂଭୁ,

ଅଝଡ ନୀରବତାରେ

ଯାହା ପ୍ରତିଫଳିତ ହୋଇଥାଏ

ଅଭିଶପ୍ତ ଗ୍ୟଧର୍ବର

ଅନ୍ତରଂଗ ଅସହାୟତାରେ

ଚତୁବର୍ଷା ପ୍ରକୃତିର ସୁରମ୍ୟ

ସ୍ଵର ମାଧୁର୍ଯ୍ୟରେ

ସର୍ବୋପରି ସୃଜନଶୀଳତାର

ଭିନ୍ନ ଏକ ଦିଗ୍ୟତରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics