STORYMIRROR

Madhabi Patel

Classics

4  

Madhabi Patel

Classics

ଜଟାୟୁ

ଜଟାୟୁ

1 min
441


ଜଟାୟୁ ସମ୍ପାତି ଦୁଇ ଭାଇ ଥିଲେ

ବଳରେ ଅପାର ପାର।

ନିଜ ପକ୍ଷବଳେ ଉଡି ପାରୁଥିଲେ

ଭୁମି ଆକାଶ ସାଗର।

ଦିନେ ଉଡୁଉଡୁ ସୂର୍ଯ୍ୟଙ୍କ ଦର୍ଶନେ

ଆଗ୍ରହ ହେଲା ଜାଗ୍ରତ।

ସୂର୍ଯ୍ୟଙ୍କ ପାଖରେ ପହଞ୍ଚିବା ପାଇଁ

ପ୍ରତିଯୋଗିଏ ପ୍ରସ୍ତୁତ।

ଅଗ୍ରଜ ଜଟାୟୁ ଅନେକ ବୁଝାଇ

କହିଲେ ଅନେକ ଗୀର।

ସୂର୍ଯ୍ୟଙ୍କ ଦୂରତା ଅନେକ ଯୋଜନ

କିଯିବା ପ୍ରୟୋଜନ ତୋର।

ସମ୍ପାତି ମନରେ ଜିଜ୍ଞାସାର ଡାଳ

ଲମ୍ବିଲମ୍ବି ଯାଉଥିଲା।

ଦାଦାଙ୍କ କଥାକୁ ଅମାନ୍ୟକରିସେ

ଅଭିଯାନେ ଉଡିଗଲା।

ପୂରୁବ ଦିଶାରେ ଅନେକ ଦୂରତା 

ଅତିକ୍ରମୀ ଗଲାଯେବେ।

ଅତି ବଳବାନ ସାହସୀ ବିକ୍ରମୀ

ତାପରି ନଥିଲେ ଭବେ।

ସୂର୍ଯ୍ୟଙ୍କ ନିକଟତ୍ତର ହେଲାବେଳେ

ତେଜହେଲା ଭୟଙ୍କର।

ସୂର୍ଯ୍ୟଙ୍କ ରଶ୍ମିରେ କ୍ଷତାକ୍ତ ହୋଇଲା

ଜଳିଗଲା ସବୁ ପର।

ଦଗ୍ଧପକ୍ଷନେଇ ପଡିଲା ମାଟିରେ

ଅଚଳ ହେଲା ଜୀବନ।

କ୍ଷୃଧାରେ ତୃଷାରେ ପଡି ରହିଥିଲା

ଅନୁତାପ କରିମନ।

ଋଷି ଚନ୍ଦ୍ରମା ଦିନେ ଭେଟିଲେ ତାକୁ

ଜଣାଇଲା ନିଜଦୁଃଖ।

ଆଶ୍ବାସନା ଦେଇ ଋଷି କହିଲେ

ଘୁଞ୍ଚିବ ତୋହର ଦୁଃଖ।

ଯେଉଁଦିନ ଏକ ପୁଣ୍ୟକର୍ମ ତୋହସ୍ତେ

କରିଦେବୁ ସମ୍ପାଦନ।

ସେହିଦିନ ପକ୍ଷ ପୁନର୍ଜନ୍ମ ହେବ

ହେବୁ ତୁହି ପକ୍ଷବାନ।

ଜଟାୟୁ ରାସ୍ତାରେ ପଡି ରହିଥିଲା

ଅର୍ଦ୍ଧଦଗ୍ଧ ଅବସ୍ଥାରେ।

ସୂର୍ଯ୍ୟ ଅଭିଯାନେ କିଛି ଦୂରପଥ

ଯାଇଥିଲା ସଙ୍ଗତରେ।

ଦିନେ ବୁଲୁବୁଲୁ ଶୁଣିଲା ଶ୍ରବଣେ

ହେରାମ ମତେ ରକ୍ଷାକର।

ରାମନାମ କିଏ ଭଜୁଛି ବୋଲି

ଉତ୍କଣ୍ଠା ହୋଇଲା ତାର।

ଦେଖିଲା ଗଗନେ ପୁଷ୍ପକ ବିମାନେ

ରାବଣ ନେଉଛି ହରି।

ମିଥିଳା କୁମାରୀ ସୀତା ସୁକୁମାରୀ

କାନ୍ଦୁଛନ୍ତି ଛାତି ଚିରି।

ରୋକିବାକୁ ପଥ କରିଲା ସଂଗ୍ରାମ

ବୀରଗତି ହେବାଯାଏ।

ପଛଘୁଞ୍ଚା ନାହିଁ ବୀରର ଜାତକେ

ଏକଥା ପୁରାଣ କହେ।

ଚନ୍ଦ୍ରହାସ୍ୟ ଖଡ୍ଗ କାଟିଦେଲା ପକ୍ଷ

ଭୂମିଗତ ହେଲା ତଳେ।

ରକ୍ତ ଜୁଡୁବୁଡୁ ପଡିଥିଲେ ବେଳେ

ରାମ ଲକ୍ଷ୍ମଣ ଆସିଲେ।

ରାମରାମ ବ୍ଦ ତା ମୁଖରୁ ଶୁଣି

ଶୁଭାଶୁଭ ପଚାରିଲେ।

ଜଟାୟୁ କହିଲା ମୋ ନାମ ଜଟାୟୁ

ଦଶରଥ ମୋର ବନ୍ଧୁ।

ଦଶାନନ ହସ୍ତେ ବନ୍ଦିଏକନାରୀ

ଡାକୁଥିଲା କାନ୍ଦୁ କାନ୍ଦୁ।

ଭୀଷଣ ସଂଗ୍ରାମ କରିଲି ତା ସାଥେ

ସତୀଙ୍କର ରକ୍ଷା ପାଇଁ।

ପୁତ୍ରବଧୂମୋର ଶ୍ରୀରାମ ବନୀତା

ଜୀବନ ଉତ୍ସର୍ଗି ଦେଇ।

ତ୍ରୀପୁର ବିଜୟୀଶିବ ବରପାଇ

ଜଗତ ଜୀତା ଅମର।

ତା ତୁଲରେ କିଏ ସମକକ୍ଷହେବ

କାଟିଦେଲା ମୋରପର।

ଦକ୍ଷିଣ ଦିଗରେ ଧରି ଚାଲିଗଲା

ସୀତାମାତା ନେଇ ସଙ୍ଗେ।

ଏତେ ସମାଚାର କହିଦେଲାପରେ

ପ୍ରାଣ ଛାଡିଗଲା ବେଗେ।

ରାମ ଓ ଲକ୍ଷ୍ମଣ ପିତାଙ୍କ ମିତ୍ରଙ୍କ

କରିଲେ ଅନ୍ତିମ କର୍ମ।

ଯୁଗକୁ ଜଟାୟୁ ଅମର ରହିଲା

କଲାବୋଲି ପୁଣ୍ୟକର୍ମ।

ଦକ୍ଷିଣ ଦିଗରେ ରାମ ପହଞ୍ଚିଲେ

ସାଗର ତଟରେ ଯାଇ।

ସମ୍ପାତି ଆସିଲା ଖାଦ୍ୟ ଅନ୍ବେଷଣେ

ଭ୍ରମୁଛନ୍ତି ରାମବନେ।

ଦୂରଦୃଷ୍ଟି ଦେଖି ସେ ଖବରଦେଲା

ଅଛନ୍ତି ଅଶୋକ ବନେ।

ଏତିକି ମାତର ପୁଣ୍ୟକର୍ମକରି

ଗଜୁରିଲା ତାର ପକ୍ଷ।

ଶ୍ରୀରାମ ପ୍ରଭୁଙ୍କ ବନ୍ଧୁତା ପାଇଲା

ଦର୍ଶନ କଲା ପ୍ରତ୍ୟକ୍ଷ ।



Rate this content
Log in

Similar oriya poem from Classics