STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଜ୍ଞାନଚକ୍ଷୁ

ଜ୍ଞାନଚକ୍ଷୁ

1 min
14

କବିତା - ଜ୍ଞାନଚକ୍ଷୁ
ରଚନା - ପଞ୍ଚାନନ ଜେନା
ତାରିଖ -୦୯-୦୬-୨୦୨୫

ସମ୍ବାଦପତ୍ରର ଖବର ପଢ଼ କି
ଦୂରଦର୍ଶନର ଖବର ଦେଖ କି
ସାମାଜିକ ଗଣମାଧ୍ଯମର ଖବର ଜାଣ କି
ବୈତୁତିକ ଗଣମାଧ୍ୟମର ଖବର ଶୁଣ କି
ସବୁ ଯାଗାରେ ସବୁ ପୃଷ୍ଠାରେ
ଦେଖୁ ଦେଖୁ ମୁଣ୍ଡ ନଇଁଯାଏ ଲଜ୍ୟାରେ
ପଢୁ ପତୁ ତୁଣ୍ଡ ତୁନି ରହିଥାଏ ଘୃଣାରେ

ଧର୍ଷଣ କିମ୍ବା ଧର୍ଷଣ ଜଡିତ ପାଶବିକ ଶୋଷଣ
ପ୍ରେମ ନାମରେ ଗାଁ ଛାଡି ଫେରାର୍ ଦୁଇଜଣ
ପରକୀୟା ପ୍ରୀତି ଜନିତ ସାମୁହିକ ବଳାତ୍କାର
ଲିଭ ଇନରେ ରହୁ ରହୁ ୩୭ ଖଣ୍ଡରେ କାଟି ପ୍ରେମୀକ ଫେରାର
ପ୍ରେମ ଜିହାଦ ନାଁରେ ଝିଅକୁ ମାରି ଫ୍ରିଜ୍ ରେ ପୁରେଇ କରୁଛି ସରେଣ୍ଡର

ଯେପଟେ ଦେଖେ
ନରମାଂସ ଖାଦକ ବସିଛନ୍ତି ଡେଣା ମେଲେଇ
ଲୁଣ୍ଠନ କରିବାକୁ ଚେଷ୍ଟା କରୁଛନ୍ତି ଜିଭ ଲହରେଇ
ଖୁମ୍ପି ପକେଇବେ ମାଡି ବସିବେ ପଞ୍ଜା ଲଗେଇ
ଟାଣି ଭିଣି ଲୁଟି ନେବେ ନାରୀର ଇଜ୍ଜତ ବାହୁବଳ ଦେଖେଇ

କେତେ ମରିଲେଣି ଫାସି ଖୁଣ୍ଟରେ ଝୁଲିଲେଣି
କେତେ ଗୁଳି ଖାଇଲେଣି ଜେଲରେ ସଢ଼ିଲେଣି
ଆହୁରି ହଜାର ହଜାର ବସିଛନ୍ତି ଲୋଭେଇ
ଆହୁରି ଲକ୍ଷ ଲକ୍ଷ ଜଗିଛନ୍ତି ପକକ ନ ପକେଇ
ଆହୁରି ଅୟୁତ ନିୟୁତ ଚାହିଁଛନ୍ତି ଲାଳ ଗଡ଼େଇ
ଆହୁରି ଖର୍ବେ ପରାର୍ଦ୍ଦେ ଖୋଜୁଛନ୍ତି ଚଷମା ଲଗେଇ

ଭୂଲି ଯାଉଛନ୍ତି ବୋଧେ 
ସେହି ତଥାକଥିତ ଚମଡ଼ା ବେପାରୀ ମାନେ
ବଳାତ୍କାର କରୁଥିବା ବର୍ବର ନର ରାକ୍ଷାସ ମାନେ

ଶୁଣ ରେ ମୃଢ଼ ପାମର 
ନିକୃଷ୍ଟ ମାନବ ଭସ୍କାସୁର
ନାରୀର ଯେଉଁ ଦୁଇ ଅଙ୍ଗକୁ ଦେଖି 
ପିଶାଚ ଯାଅ ପାଳିଟି
ଗୋଟିଏ ଦ୍ୱାରା ତୁ ଦୁନିଆକୁ ଆସୁ
କୁଆଁ କୁଆଁ କରୁ ଓଲଟି
ଅନ୍ୟଟି ଦ୍ୱାରା ଅମୃତ ପିଇ ବଂଚୁ
ଚନ୍ଦ୍ରକଳା ପରି ବଢୁ କହୁ ଦରୋଟି

ଚର୍ମଚକ୍ଷୁ ତଳେ ଶୋଉଛି ଜ୍ଞାନଚକ୍ଷୁ
ଜଗାଇ ଦେଖ୍
ଗୋଟିଏ ଦିଶିବ ପୂଣ୍ୟ ବେଳାଭୂମୀ
ଜନ୍ମ ଜାତକର ନକ୍ଷତ୍ର ଦ୍ଵାର
ଅନ୍ୟଟି ଦିଶିବ ଅସରନ୍ତି ଅମୃତ ଭାଣ୍ଡ
ନିଷ୍ପାପ ଶିଶୁର କେନ୍ଦ୍ର ଆହାର


Rate this content
Log in

Similar oriya poem from Tragedy