STORYMIRROR

Ajit Kumar Raut

Abstract Tragedy

3  

Ajit Kumar Raut

Abstract Tragedy

ଜନନୀ ଆମ ଓଡ଼ିଆ

ଜନନୀ ଆମ ଓଡ଼ିଆ

1 min
144


ନାହିଁ ମାତୃଭାଷା ନାହିଁ ଭାଷା ପ୍ରୀତି 

ତାକୁ କି ଜ୍ଞାନୀ କହିବା

ପ୍ରେମ ଜନନୀ ର ନାହଁ ଅନ୍ତର୍ଗତେ

କିବା ବିଦ୍ୱାନ ଭାବିବା,

ଅଣିବ, ବା କୀର୍ତ୍ତି ସେହୁ ଭାଷା ପାଇଁରେ

ମହତ୍ତ୍ଵ  ତାର  କାହିଁ  ଅନ୍ତରେ

କହିବ କିଏ  ଜ୍ଞନୀ  ତାକୁରେ !!      


ଶାସ୍ତ୍ର ଜାଣି ନାହିଁ ସାହେବ ସାଜିଛି

ମୁଖରେ ବିଦେଶୀ ଭାଷା

ବନ୍ଧୁ ଓ କୁଟୁମ୍ବେ କରେ କଥାବାର୍ତ୍ତା 

ନାହିଁ ଜ୍ଞାନ ଲୋକହସା,

ଜନନୀ,ଭାଷାରେ କୁହେ ଆଜି ସମାଜ

ଓଡ଼ିଆ କୁହେ ଭାଷା ତା ନିଜ

ଭାଷା ବିଦେଶୀ ନକଲି ସାଜ !!


ଯୁବା ଓ ଯୁବତୀ ଏ ଦେଶ ଭବିଷ୍ୟ

ଶିକ୍ଷା ମିଳୁ ମାତୃଭାଷା 

ହୋଇବ ନିଶ୍ଚିତ ଉନ୍ନତି ବ୍ୟକ୍ତିତ୍ଵ 

ପୂର୍ଣ୍ଣ ହେବଅଭିଳାଷା,

ଜୀବନ, ସାର୍ଥକ ପରା ହେବ ତାଙ୍କର 

ଗୌରବଦେବେ ରାଷ୍ଟ୍ରେଅପାର

 ଘନ ଅନ୍ଧରେ ସେ ଆଲୁଅର !!


ନୂଆ ଶିକ୍ଷାନୀତି ରାଷ୍ଟ୍ରେ ଆସି ଅଛି 

ଶିକ୍ଷା ପରା ମାତୃଭାଷା 

ଶିକ୍ଷା ପ୍ରାରମ୍ଭିକ ଜନନୀର ଭାଷା

ବିଚ୍ଛିନ୍ନା ଭୂମିର ଆଶା

ଅମୃତ, କାଳ ଚନ୍ଦନ ହେ ଜ୍ଞାନୀ ଜନ

ମାତୃ ଭାଷା ଆମ ଅଭିମାନ

ଲେପନ କର ଶିକ୍ଷା ବଦନ !!


ଗର୍ବିତ ହୋଇବା ମାତୃଭାଷା ପଢ଼ି

ଥିବେ ଛାତ୍ରଛାତ୍ରୀ ଯୋଡ଼ି 

ହୋଇବେ ଆଗୁଆ ରାଷ୍ଟ୍ରର ନିର୍ମାଣେ

ବିଶ୍ବାସ ଚାଲିବ ବଢ଼ି,

ଆଦରେ , ପଢ଼ିବା  ନିଜ ମାତୃ ଭାଷା 

ସନ୍ତାନ ଶିକ୍ଷା ଜନନୀ ଭାଷା

ପ୍ରେମ ଓ ପ୍ରୀତି ରଖି ଭରସା !!


       




Rate this content
Log in

Similar oriya poem from Abstract