STORYMIRROR

Debabrata Mishra

Abstract Tragedy Action

3  

Debabrata Mishra

Abstract Tragedy Action

ଜନ୍ମମୃତ୍ୟୁ

ଜନ୍ମମୃତ୍ୟୁ

1 min
183


ପଚାରିଲି ପ୍ରଶ୍ନ ଏନ୍ତୁଡ଼ିଶାଳକୁ ଜୀବନର ମାନେ କ'ଣ କୁହ

କହିଲା ହସିକି ସେ, ଜୀବନଟା ସତ ଲାଗୁଥିବା ମିଛ ମୋହ,


ପଚାରିଲି ପ୍ରଶ୍ନ ଜୀବନକୁ ମୋହମାୟା ମାନେ କ'ଣ କୁହ

ଜୀବନ କହିଲା ହସିକି, ମୋହମାୟା ଏକ ତରଳାଉଥିବା ଲୁହ,


ପଚାରିଲି ପ୍ରଶ୍ନ ଲୁହକୁ କହ ସୁଖର ସଂସାର ମାନେ କ'ଣ

କହିଲା ଲୁହ ହସିକି, ସୁଖର ସଂସାର ଏକ ଭାବନାର ମୁହଁ,


ପଚାରିଲି ପ୍ରଶ୍ନ ଭାବନାକୁ ଥରେ ହୃଦୟର ମାନେ କ'ଣ କୁହ

କହିଲା ଭାବନା ହସିକି, ହୃଦୟଟା ଏକ ପର୍ବତ କୋହମୟ,


ପଚାରିଲି ପ୍ରଶ୍ନ କୋହକୁ ଥରେ ନିଃଶ୍ୱାସର ମାନେ କ'ଣ କୁହ

କହିଲା କୋହ ହସିକି, ନିଃଶ୍ୱାସଟା ଏକ ମୃତ୍ୟୁ୍ର ଇଚ୍ଛା ସୁଅ,


ପଚାରିଲି ପ୍ରଶ୍ନ ଇଚ୍ଛାକୁ ଶେଷରେ ମୃତ୍ୟୁର ମାନେ କ'ଣ କୁହ

କହିଲା ହସିକି ଇଛା, ମୃତ୍ୟୁ ଏକ ଜୀବନକୁ ବୁଝିବାର ଲୟ।




Rate this content
Log in

Similar oriya poem from Abstract