Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Dash

Abstract Others

2  

Anita Dash

Abstract Others

ଜନ୍ମଦିନର ଶୁଭେଚ୍ଛା

ଜନ୍ମଦିନର ଶୁଭେଚ୍ଛା

1 min
651



ରକତର ବନ୍ଧନ ନଥାଇ

ରକତଠୁ ଆପଣା ତୁ ମୋର,

ଜନମରୁ ସମ୍ପର୍କ ନଥାଇ

ଜନମ ଜନମ ସ୍ନେହ ଡୋର I [୧]

ତୋ ଅଳପ ହସର ଖିଅରେ

ମୋର ଖୋଲା ହସ ମିଶିଯାଏ,

ଅକୁହା ସେ ଆତ୍ମ ପ୍ରତୟଟି

ଭାବନା ମୋ ଭାଷା ଖୋଜିହୁଏ। [୨]

ପରିବାର ମତ ପାର୍ଥକ୍ୟରେ

ଆମ ଦୁଇ ମତ ମିଶିଯାଏ,

ତୁଉ ମୁଁ ସ୍ୱାର୍ଥପର ଭାବ

ଆମ ପାଖେ ଫିକା ପଡ଼ିଯାଏ । [୩]

ସଜଳ ସେ ସେନେହ ଧାରାରେ

ଦୁର୍ବଳତା ଧୋଇ ହୋଇଯାଏ,

ଇର୍ଷା ଆଉ ଛଳନାଠୁ ଦୂରେ

ଭାବ ବନ୍ଧ ଦୃଢ ହୋଇରହେ । [୪]

"ଦୁଇ ଯାଆ ଭଉଣୀଠୁ ବଳି"

କୁଟୁମ୍ବରେ ଚର୍ଚ୍ଚା ଚାଲିଥାଏ,

"ପର ଝିଅ ଘର ଭାଙ୍ଗେ ନାହିଁ "

ଆମ ଯୋଗୁ ସତ ହୋଇଯାଏ । [୫]

ରୋଷେଇଠୁ କିଣାକିଣି ଯାଏଁ

ତୋର ମୋର ଯୋଡି ଜମିଯାଏ,

"ଯୋଡ଼ାକୁ ନୁହଁଇ ଘୋଡା ସରି"

ଜୀବନରେ ରଙ୍ଗ ଭରିଯାଏ । [୬]

ତୋର ଶୁଭ ଜନମ ଦିନରେ

ପ୍ରଭୁପାଦେ କରୁଛି ମିନତି,

ସୁଖ, ଶାନ୍ତି, ନିରୋଗ ଶରୀର

ତୋ ଜୀବନେ ରହିଥାଉ ସାଥି । [୭]


Rate this content
Log in

Similar oriya poem from Abstract