STORYMIRROR

Santosh Kumar Nayak

Abstract Others Children

3  

Santosh Kumar Nayak

Abstract Others Children

ଜନ୍ମଦାତ୍ରୀ

ଜନ୍ମଦାତ୍ରୀ

1 min
18


ଜନ୍ମଦାତ୍ରୀ ମାତା ମୋର

ତୁ କରୁଣାମୟୀ, 

ମୋତେ ତୁହି ବଡ କଲୁ

ଦୁଃଖ କଷ୍ଟ ସହି।

ଦଶ ମାସ ଦଶ ଦିନ

ଗରଭେ ଧରିଲୁ, 

ମୋ'ରି ପାଇଁ ପ୍ରସବର

ଯନ୍ତ୍ରଣା ସହିଲୁ।

ତୋ ସ୍ତନରୁ ଅମୃତର

ଧାରା ଢାଳି ମୁଖେ, 

ମୋର ପେଟ ପୁରାଇଛୁ

ନିଜେ ରହି ଭୋକେ। 

ମିଠା ମିଠା କଥା ମୋତେ

ତୁହି ଶିଖାଇଲୁ, 

ତୋ ପାଦରେ ପାଦ ରଖି

ମୋତେ ଚଲାଇଲୁ। 

ତୁହି ମୋର ଜୀବନର

ଆଦ୍ୟ ଶିକ୍ଷାଗୁରୁ,

ତୋ ବିନା ମୁଁ ଜଳହୀନ

ଏକ ଶୁଷ୍କମରୁ ।

ମୋ ଶିରାର ପ୍ରତି ରକ୍ତ

ବିନ୍ଦୁ ତୋର ଦାନ,

ତୋରି ପାଇଁ ଚାଲୁଅଛି

ମୋ ହୃଦ ସ୍ପନ୍ଦନ।

ମାଆ ତୁହି ସରଗଠୁ

ଅଟୁ ବୃହତ୍ତର,

ତୋ ଅନ୍ତର ପାଖେ ଛୋଟ

ହୋଇବ ସାଗର।

ଦେବତାଙ୍କ ପାଖେ ସଦା

କରେ ମୁଁ ପୂଜନ,

ମାଆ ମୋର ସାଥେ ଥାଆ

ତୁ ସାରା ଜୀବନ।


Rate this content
Log in

Similar oriya poem from Abstract