STORYMIRROR

Prabhanjana Tripathy

Inspirational

3  

Prabhanjana Tripathy

Inspirational

ଜନ୍ମ

ଜନ୍ମ

1 min
342


ମାନବ ଜନମ ନୁହଇ କେବଳ

ଦିନ ଦି ଘଡିକ ପାଇଁ

ମୃତ୍ୟୁ ପରେ ବି ସ୍ମୃତି ଆୟୁସରେ

ଚିରଞ୍ଜିବୀ ରହେ ଜୀଇଁ (୧)

ରୁଦ୍ର ଜଗତରେ ଶୁଦ୍ର ପାଲଟି

ଜେହୁ ଜୀବ ଜାଏ ନାଶ

ସେ ସିନା ମରଇ କାଳ ଯାଏ ସରି

ଆୟୁଷ ହୁଅଇ ଶେଷ (୨)

ଇତିହାସ ଲିପି ଯାଏ ନାହିଁ ଛୋପି

ପୃଥିବୀ ଧରେ ଯା କର୍ମ

କରି ଯାଇଛନ୍ତି ଦେଇ ଯାଇଛନ୍ତି

ଦେଖାଇ ମାନବ ଧର୍ମ(୩)

ଜାଗ୍ରତ ରହି ସଜାଗ କରାଇ

ଉଠରେ ମାନବ ଆଜି

ଉଠରେ କଙ୍କାଳ ମାଡୁଛି କରାଳ

ସଂଘାର କାରି ସାଜି(୪)

ହିମାଳୟ ଠାରୁ କନ୍ୟାକୁମାରୀ

କରଇ ତାଣ୍ଡବ ଲୀଳା

ବୋମା ବର୍ଷଣ ଗଣଧର୍ଷଣ

ମୃତ୍ୟୁ ର କରେ ଖେଳା(୫)

ଦିନ ପରେ ଦିନ ଲୁଟି ଚାଲି ଅଛି

ମାତୃ ଭୂମିର ଶିରୀ

ଦିନ ଆସିଯିବ ସବୁ ନାଶ ଯିବ

ବେଳ ଆସିଲାଣି ସରି(୬)

ସୁଦୃଢ କର କ୍ଷୀଣ ମାଂସ ପେଶୀ

କ୍ଲିବ ଭାବ ମନୁ ତେଜ

ରକ୍ତରେ ରକ୍ତରେ ଅଙ୍ଗାର ଭରି

ଶତ୍ରୁ ସଂଘାର ହେଜ(୭)

ବିଦ୍ରୁପ ଭାବନା ବିଦୀର୍ଣ୍ଣ କରି

ମ୍ଳେଛୋ କୁ କର ସଂଘାର

ବିଦେଶୀ ହାତକୁ ଚାହିଁବସୀ ଥିଲେ

କୂଳ କି ହେବ ଉଧ୍ହାର (8)

କିଞ୍ଚିତ ସମୟ ହେବ ଅସମୟ

ଦେଖୁ ଦେଖୁ ଯିବ ନାଶ

ସୌରାଜ୍ୟ ନେବ ହାତୁ ତୋ ଛଡାଇ

ବିଛାଇଛି ନାଗ ପାସ (୯)

ଉଠରେ କଙ୍କାଳ ହୁଅରେ ବିଶାଳ

ସୁଦୃଢ କରି ବାହୁ

ସଂସାର ଆଜି ହାତ ଠାରି ଡାକେ

ରଖ ପ୍ରଭୁ ମହା ବାହୁ(୧୦



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational