STORYMIRROR

Gitanjali Pujapanda

Classics Inspirational Others

4  

Gitanjali Pujapanda

Classics Inspirational Others

ଜନ୍ମ ମୃତ୍ୟୁ

ଜନ୍ମ ମୃତ୍ୟୁ

1 min
215

ଜନ୍ମ ର ଖୁସିର ପସରା ଭିତରେ

ମୃତ୍ୟୁ ଯେ ଧ୍ୱଂସ ର ବାର୍ତ୍ତାଟିଏ ।

ଜନ୍ମ ଆଉ ମୃତ୍ୟୁ ର ଫରକ ଏଠି ଦେଖେ କିଏ?

ସବୁ ମାୟା ମୋହ କୁ ମିଶାଇ ଏନ୍ତୁଡ଼ିର ନିଆଁ ଜଳୁଥାଏ।

ଜୀବନ ମରଣର ଚକ୍ରବ୍ୟୁହରେ ଫସି ରହିଥିବା

ମଣିଷଟିଏ ବଞ୍ଚିବାକୁ ସଂଗ୍ରାମ କରୁଥାଏ।

ମୃତ୍ୟୁକୁ ପାଖରେ ପାଇ ବି ବଞ୍ଚିବା ପାଇଁ

ତା ଭିତରେ ଅହ ରହ ପ୍ରୟାସ ଚାଲୁଥାଏ।

ଜନ୍ମର ଏନ୍ତୁଡ଼ିଶାଳରୁ ମଶାଣି ଭୁଇଁ

ନିଆଁର ଯାତ୍ରା ଜୀବନଯାତ୍ରା ଇଏ।

ଗୋଟେ ସୃତି ସୃଷ୍ଟି ର ତ ଆଉ ଗୋଟେ

ଗୀତ ବିଧ୍ବଂସର ସବୁ ଗର୍ଵ ଅହଂକାରୀ ର ନାଶିଦିଏ।

ଗୋଟେ ସମୃଦ୍ଧି ର ମନ୍ତ୍ର ତ ଆରଟି ବିନାଶ ଗାଥା

ମଝିରେ ଗଢେ ଜୀବନର କାହାଣୀ ଟିଏ ।

ଯେଉଁ ଥିରେ ହସ ଲୁହ ମୋହ ଧସେଇ ହୋଇ

ପଶିଯାଏ ଶେଷ ଘଣ୍ଟି ବାଜିଲା ଯାଏଁ।

ନିର୍ବିକାର ଶୂନ୍ୟ ସ୍ଥାଣୁ ମଣିଷ କୁହେ ଜଗତ ମିଥ୍ୟା

ମୃତ୍ୟୁ ଏକମାତ୍ର ସତ୍ୟ ଜନ୍ମ ମୃତ୍ୟୁ କାଳ କାଳର

ଭେଦ ଜାଣିବି ଅଜଣା ମାୟା ମୋହ ରେ ଗ୍ରସ୍ତ ମଣିଷ ଟି

ସବୁ ପାସୋରି ପକାଏ ଯେବେ ନବ ସୃଷ୍ଟିକୁ ହାତରେ ଧରେ ସିଏ ।


Rate this content
Log in

Similar oriya poem from Classics