STORYMIRROR

Sumitra Nayak

Tragedy Inspirational

3  

Sumitra Nayak

Tragedy Inspirational

ଜନ୍ମ ମୃତ୍ୟୁ ଏ ଦୁଇ ସତ୍ୟ

ଜନ୍ମ ମୃତ୍ୟୁ ଏ ଦୁଇ ସତ୍ୟ

1 min
335

ଶ୍ମଶାନେ ଆଜି ଭ୍ରମି ଆସିଲି ମୁହିଁ। 

କୋକେଇ ଶବ ସଙ୍ଗେ ସଜଡା ଜୁଇ। 


ଏକତ୍ରୀତ ହୋଇଥିଲେ ଜନ ସଭିଏଁ। 

ଧନୀ ଦରିଦ୍ର ସଭିଙ୍କ ଲୁହ ଆଖିଏ। 


ଶ୍ମଶାନେ ଦେଖିଲି ନାହିଁ ଗର୍ବର ସ୍ଥାନ। 

କାହିଁ ହିଂସା କାହିଁ ଗର୍ବ ଚୂର୍ଣ୍ଣ ଚୂର୍ଣ୍ଣ। 


ବୃଦ୍ଧ ଦଣ୍ଡାୟମାନ ଯୁବଙ୍କ ମୃତ୍ୟୁ । 

କିଏ କେତେବେଳ ଆବୋରନ୍ତି ମୃତ୍ଯୁ । 


ନାହିଁ ଦିନ,ରାତି ନାହିଁ ସମୟ ବେଳ। 

କାଳ ଆଲିଙ୍ଗନେ ସର୍ବ ତିଳ ତିଳ। 


ଯେ ଧନୀ ଯେ ଗର୍ବୀ ଅବା ଦାରୁଣ। 

ଅନ୍ତିମ କାଳେ ପାଉଁଶ ହେବେ ଜଳିଣ। 


ଜାଣନ୍ତି ସର୍ବେ ସଙ୍ଗେ ନେବେନି କିଛି। 

ତଥାପି ମୁଁ ମୋର ମୋହ ମାୟାରେ ପଡି। 


ଜ୍ୱଳନ୍ତ ଶିଖାରେ ଜଳି ହେଲେ ପାଉଁଶ। 

କ୍ଷଣକେ ମାଟିରେ ଲୋଟି ହୋଇଲେ ଧ୍ବଂସ । 


ମଣିଷ ରୂପୀ ଶ୍ରେଷ୍ଠ ଜନମ ଲଭି । 

ଅକର୍ମେ ଜନମ କୁ ତୁଚ୍ଛ ତୁ ଭାବି। 


କରି ଯାଉ କେତେ ଯେ କର୍ମ ପାପର। 

ନିଜସ୍ଵ ଇଚ୍ଛେ କର କର୍ମ ସ୍ୱାର୍ଥର। 


ଜୀବନର ସତ୍ୟ ଅଟେ ଦୁଇଟି। 

ଏକ ଜନ୍ମ ହେଲେ ଅନ୍ୟ ମୃତ୍ୟୁ ଏକଟି। 


କିମ୍ପା ଅକାରଣେ ମନେ ଅହଂ ଆଣି। 

ପବିତ୍ର ଆତ୍ମାକୁ କର କଳୁଷିତ ପୁଣି। 


ଜନ୍ମିଛେ ମରିବା ସର୍ବେ ନିଶ୍ଚିତ ଦିନେ। 

ଏକ ଏକ ହୋଇ ସର୍ବେ ବାହୁଡିବେ। 


ଗର୍ବ ମନେ ଥିଲେ ଶ୍ମଶାନକୁ ଚାହିଁ। 

ଭ୍ରମି ଗଲେ ବୋଧେ ତାହା ଚୂର୍ଣ୍ଣ ହବ ହିଁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy