STORYMIRROR

Ajit Kumar Raut

Abstract Tragedy

4  

Ajit Kumar Raut

Abstract Tragedy

ଜନମ ଭୂମି

ଜନମ ଭୂମି

1 min
350

(ରାଗ-ଚୋଖି)


କଳାବାଡିଆ ଏ ଭୂମି

ପବିତ୍ର ମୋ ମାତୃ ଭୂମି 

ଓଡ଼ିଆଙ୍କ ପରା ଏହୁ ବିଚ୍ଛିନ୍ନା ଭୂମି

ରାମ ବାବା ତପ ଭୂମି

ଅଟେ ପରା ସିଂହ ଭୂମି 

ନଦୀଖଡଖାଇ ଗାଁ କୂଳେ ପଥଗାମୀ

ପ୍ରାକୃତିକର ଅନୁପମା

ଗୁଞ୍ଜେ ତହିଁ ସର୍ବଦା ଶିବଙ୍କ ମହିମା !!


ବାବାଙ୍କ ଉଦ୍ୟାନ ଏହୁ

ଦିଶୁଛି ସୁନ୍ଦର  ବହୁ 

କୁହୁ କୁହୁ ହେ କୋଇଲିର ସ୍ବନ ଶୁଭେ

ହୁଏ ମନ ଆନନ୍ଦିତ

ଭକ୍ତିରେ ପରା ଜଡ଼ିତ

ହରେ କୃଷ୍ଣ ରାମଙ୍କର ଗୁଞ୍ଜନ ଶୁଭେ

ଦିଶେ ତପବନ ତହିଁ

ନାହିଁ ପଟାନ୍ତତର ଅନ୍ୟସ୍ଥାନ କାହିଁ !!


ଥିଲା ଟି ଉତ୍କଳ ଭୂମି

ଏବେଏ ବିଚ୍ଛିନ୍ନା ଭୂମି

ଯାହା ପାଇଁ ଦିନେ ଏ ଉତ୍କଳ ଗର୍ବିତ

ଧ୍ୟାନନାହିଁ ପରା ଯାର

ନଜର କାହିଁ ଏଠାର

ଶିକ୍ଷା ମାତୃଭାଷାର ଶୁନ୍ୟ ଏଠିତ

ଓଡ଼ିଆଙ୍କ ବହି ନାହିଁତ

ଉତ୍କଳ ନଜର ଦିଶେ ନାହିଁ କାହିଁତ !!


ଟାଙ୍ଗରାଣୀ ଗାଁ ନାମରେ

ଯଜ୍ଞ ମ ନ୍ଦି ର ଏଠାରେ

ପରା ଗୀତା ଯଜ୍ଞ ହୁଏ ପ୍ରତିବର୍ଷ ରେ 

ଗୁ ରୁ କୁ ଳ ଟି ଏହୁରେ 

ଗୁଞ୍ଜେ ଟି ସାରା ବିଶ୍ବରେ 

ପାଣ୍ଡବ ଲୁଚିଥିଲେ ବନ୍ଧୁମୋଏଠାରେ 

ଅଜ୍ଞାତବାସ ସ୍ଥାନରେ 

ଜ୍ଞାନଆଉତପସ୍ୟାର ଭୂମି ପରାରେ!!


କଳାରେ ଷଢେ଼ଇକଳା

ଛଉ ନୃତ୍ୟ ଯାର କଳା

ରାଷ୍ଟ୍ର କୁ କରେ ଗର୍ବିତ ଛଉର କଳା

ନାହିଁ ନଜର କାହାର

ଶିକ୍ଷାର ପାଇଁ ଆତୁର

ଧ୍ୟାନ ପଡେଟି ନାହିଁହେ ଆମରି କଳା

ମାତୃଭାଷା ଶୁନ୍ୟ ଏଠାର

ତିଳେଧ୍ୟାନ ନାହିଁହେ ଆମଉତ୍କଳର !!


କଷ୍ଟରେ ଏଠି ଓଡ଼ିଆ

ଆରାଧ୍ୟ ଆମ କାଳିଆ

ମାତୃଭାଷାରଶିକ୍ଷା ନାହିଁଯେବେ ଏଠି 

ମନରେ ନାହିଁଁ ଟି ଶାନ୍ତି

ଦେଉଛି ଯନ୍ତ୍ରଣା ଅତି

ଚକାନୟନ ର ଭକ୍ତି ସଂସ୍କାର ଏଠି 

ଦୟାହେ କରିବେ ଠାକୁରେ

ଗୁଞ୍ଜୁଛିରେ ମହିମା ବିଚ୍ଛିନ୍ନାଞ୍ଚଳରେ !!



Rate this content
Log in

Similar oriya poem from Abstract