STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ଜନମ ଭୂଇଁ ସେ ମୋର

ଜନମ ଭୂଇଁ ସେ ମୋର

1 min
260

ମହୀରେ ସୁନ୍ଦର ଚାରୁବେଶ ତା'ର

ଜନମ ଭୂଇଁ ସେ ମୋର

ବନ ଉପବନ ମୋହିଥାଏ ମନ

ତୁଳନା କାହିଁ ତାହାର।

କଳାରେ ଉତ୍କର୍ଷ ମୋ ଭାରତବର୍ଷ

ଦେବଭୂମି ମହୀତଳେ

ଐତିହ୍ୟରେ ଭରା ନଭ ଧୃବତାରା

ପ୍ରସ୍ଫୁଟିତ ପଦ୍ମ ଜଳେ।

ମହା ମହା ବୀର ସେବି ତା ପୟର

ମୁଖେ ଖେଳାଇଲେ ହସ

କୁତବମୀନାର ତାଜମହଲର

ପଥର ଗାଉଛି ଯଶ।

କେତେ ନୃତ୍ୟ ଛନ୍ଦ ତୋଳି ମନ୍ଦମନ୍ଦ

ନିକ୍ବଣ ନୁପୂର ସ୍ବନ

ଆମରି ସ୍ବାଧୀନ ଦେଶ ଗଣତନ୍ତ୍ର

ଗାଏ ଜନ-ଗଣ-ମନ।

ମୋ ଦେଶ ବିଭବ ଭୁଲି ଭେଦଭାବ

ଜାତୀୟ ସଂହତି ବଳେ

ଏକତାର ମନ୍ତ୍ର ହୁଏ ଉଚ୍ଚାରିତ

ଦେଶପ୍ରେମ ଭାବ ଜଳେ।

ମୁକ୍ତ ଗଗନର ଆମେ ବିହଙ୍ଗମ

ନିଜ ବୋଝ ନିଜେ ବାହି

ଦେଶ ପ୍ରଗତିର ନବ ସୂତ୍ରଧର

ଜଗତ ଜଳକା ଚାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract