ଜଙ୍ଗଲ ମହୋତ୍ସବ
ଜଙ୍ଗଲ ମହୋତ୍ସବ
(ରାଗ:- ବଙ୍ଗଳା ଶ୍ରୀ)
ମହୋତ୍ସବ ବନ୍ଧୁ ଆଦରେ ପାଳିବା
ଜଙ୍ଗଲ ରକ୍ଷା କରିବା
ଜଙ୍ଗଲ ଅଟେ ଟି କେତେ ଉପଯୋଗୀ
ମହତ୍ତ୍ଵ ତାର ବୁଝିବା
ଜଙ୍ଗଲ ରକ୍ଷା କରିବା ।
ମହୋତ୍ସବେ ଆମେ ଗଛ ଲଗେଇବା
କରିବ ନିରୋଗ ଏହୁ
ବଢ଼ିବ ଜଙ୍ଗଲ ଦେବ ଅମ୍ଳଜାନ
ଖୁସି ହୋଇବାରେ ବହୁ
ଜଙ୍ଗଲେ ସୁରକ୍ଷା ଏହୁ
ଫୁଲ ପୁଷ୍ପ ଗନ୍ଧେ ସୁଗନ୍ଧିତ ଧରା
ଚହଟି ଉଠିବ ପୁଣି
ନ କାଟିବା ଗଛ ଗଛ ଲଗେଇବା
ନିଜ ନିଜ ଶକ୍ତି ଜାଣି
କର୍ତ୍ତବ୍ୟର ଏହୁ ବାଣୀ !
ଆସ ଜ୍ଞାନୀ ଜନ ପରା ମହୋତ୍ସବ
କର ସୁରକ୍ଷା ଜଙ୍ଗଲ
କରିଲେ ସୁରକ୍ଷା ନିରୋଗ ରହିବା
ଅଟେପରା ଏ ନିର୍ମାଲ୍ୟ
ସୁରକ୍ଷା ଅଟେ ଅମୂଲ୍ ।।