STORYMIRROR

Banasmita Panda

Abstract Tragedy Classics

3  

Banasmita Panda

Abstract Tragedy Classics

ଜ୍ଵଳନ

ଜ୍ଵଳନ

1 min
220


ଆଜି ପୋଖରୀ ମୂଳେ 

ଖୁଵ ଚର୍ଚ୍ଚା 

ତା ରାତିର କାହାଣୀ 

ମୁହଁରେ ଲୁଗା 

ହାତେ ଓଢଣୀ 

ଲୁଚାଇ ଦିଏ 

ଅନେକ ଦାଗ ମୁଖର 

ହାତରେ ଅନେକ ରଙ୍ଗର 

ଲାଲ, ନୀଳ, ସବୁଜ, ନାରଙ୍ଗୀ ଚୁଡି 

ରକ୍ତ ରଙ୍ଗର ନାଲି ଶଙ୍ଖାର ଉଜ୍ଜଳତା 

ଲୁଚାଇ ଦିଏ ଅନେକ କଟା କ୍ଷତ 

ଛହ ଫୁଟ ଶାଢ଼ୀ 

ଲୁଚାଇ ରଖେ ତା 

କ୍ଷତାକ୍ତ ଶରୀରକୁ 

ତଥାପି ହସେ ସେ ସର୍ବଦା 

ଚାପି ତା ଅନ୍ତର କୋହ କୁ 

ଏ ଚର୍ଚ୍ଚା, ଟାହି ଟାପୁରl

ନିତିଦିନିଆ 

କିନ୍ତୁ ଶରୀର ଯେ କ୍ଷୀଣସ୍ଥାୟୀ 

ମନ ଯେ ସୀମାହୀନ 

ଆଶା ଭାଙ୍ଗି ଭାଙ୍ଗି ଯାଉଛି 

ସେ ମଧ୍ୟ୍ୟ ଅନ୍ଧାର ଆଡକୁ 

ଗତିଶୀଳ ହେଉଛି 

ଶରୀର ଏବଂ ମନରେ 

ଯନ୍ତ୍ରଣା ଗୁଡିକ 

କଖାରୁ ଲତା ପରି ମାଡି ଚାଲିଛି 

ଶରୀର କୁ ଲଙ୍ଘି ଆତ୍ମା ତକ 

ଗଭୀରତାର ସହ 

ସତିକା ଛନ୍ଦା ଆଜି ତାର 

ସମ୍ପୂର୍ଣ ଅସ୍ତିତ୍ୱ 

ଆଜି ପୁଣି 

ପୋଖରୀ ମୂଳେ ଚର୍ଚ୍ଚା 

ଆଜି କୁଆଡେ ସେ 

ଖୁଵ ସୁନ୍ଦର ଦିଶୁଛି 

ଦେବୀ ପ୍ରତିମା ପରି 

ନୂଆ ବୋହୂ ପରି ସଜ୍ଜ ହୋଇଛି 

ମଥାରେ ଗୋଲ ସ୍ୱର୍ଯ୍ୟ ପରି 

ରକ୍ତାକ୍ତ ଗୋଲ ସିନ୍ଦୁର 

ସିନ୍ତିରେ ଗାଢ଼ ଲାଲ ରଙ୍ଗ 

ସତିକା ଏକ ସୁନ୍ଦର ପ୍ରସସ୍ଥ ପଥ 

ହଳଦୀମଖା ଗୋରା ମୁଖ 

ସତେ ଯେପରି ସୂର୍ଯ୍ୟମୁଖୀ ଫୁଲ 

ଲାଲ ରଙ୍ଗର ଜରି ଦିଆ ପାଟ 

ଛହ ଫୁଟର 

ଲମ୍ବା ମୁକୁଳା କେଶ 

ମୋଟା ଅଳତା ଲଗା ପାଦ 

କେବେ ନ ଦେଖିଥିବା ଲୋକ 

ତାକୁ ଦେଖୁଛନ୍ତି 

କେତେ ସୁନ୍ଦର ଏବଂ ଆକର୍ଷଣୀୟ

କ୍ଷୀଣସ୍ଥାୟୀ ଶରୀର 

ଆଜି ଟାହି, ଟୁପୁରା ସହ 

ଅଛି କିଛି ଅଶ୍ରୁଳ ଚେହେରା 

ପୋଖରୀ ମୂଳେ 

ଅନି ମାଉସୀ କହୁଛି 

ସରିଗଲା ସେ ଅଭାଗିନୀର 

ଅନ୍ଧlରୀଆ ଖେଳ 

ଆଜି ତାକୁ ମୁକ୍ତି ମିଳିଛି 

ବୋହୂଟାର ଆଜି କୋକେଇ ଉଠୁଛି 

ହଁ ଆଉ ଗୋଟେ କାହା ଝିଅ 

ପୁଣି ଜଳିବାକୁ ଯାଉଛି 

କେତେ ସେ ଭାଗ୍ୟବାନ 

ନିତି ଜଳିବା ଅପେକ୍ଷା 

ଆଜି ସବୁଦିନ ପାଇଁ ଜଳିବାକୁ ଯାଉଛି

ହଁ ଲୋ ମା ମୋର ହେଉ କି ଆଉ କାହାର 

ଝିଅଟା ମୋର ଦୀର୍ଘ ଦିନ ପରେ 

ଶାନ୍ତିରେ ଟିକେ ଶୋଇବାକୁ ଯାଉଛି !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract