Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସୌମ୍ଯ ରଞ୍ଜନ ମହାପାତ୍ର

Abstract Others

4.6  

ସୌମ୍ଯ ରଞ୍ଜନ ମହାପାତ୍ର

Abstract Others

ଜୀବର ଜୀବନ

ଜୀବର ଜୀବନ

1 min
266


ସକଳ ଦେହେ ରହି ଭଗବାନ,

ଜୀବ ଶରୀରେ ଭରିଲେ ଜୀବନ।

ସବୁଠୁ ଦୁର୍ଲଭ ଅଟେ ମଣିଷ,

ନିଃଶ୍ୱାସକୁ ନାହିଁ ତାରି ବିଶ୍ୱାସ।।

ଚାଖଣ୍ଡେ ପେଟ ପାଇଁ ନାନା ନାଟ,

ଚାଲୁଥାଏ ସେ ଅସରନ୍ତି ବାଟ।

ବାଟରେ କେତେ ଢିପ କେତେ ଖାଲ,

ଭୋଗଇ କେବେ ମନ୍ଦ ଆଉ ଭଲ।।

କୁହନ୍ତି ଜୀବନ ଏକ ନାଟକ,

କଳାକାର ଆମେ ସବୁ ଯେତକ।

ନିଇତି ରଙ୍ଗ ଦେଉ ମୁଖେ ମାଖି,

ଜୀଇଁବା ଧୀରେ ଧୀରେ ଯାଉ ଶିଖି।।

ଜୀବନଟା ତ ଜୀବନ୍ତ ମରଣ,

ପ୍ରତି କ୍ଷଣ ଯେ ଦୁଃଖର କଷଣ।

ନ ଭାବି ଜୀବନକୁ ଯେ ବିଷମ,

ଗମିବା ପଥକୁ କରି ସୁଗମ।।


Rate this content
Log in

Similar oriya poem from Abstract