STORYMIRROR

Kishore Nayak

Tragedy

4  

Kishore Nayak

Tragedy

"ଜୀବନର ଗତି "

"ଜୀବନର ଗତି "

1 min
79

କିଛି ହସ କିଛି ଲୁହ 

କିଛି ସ୍ବପ୍ନ କିଛି ମୋହ 

ଏ ସବୁକୁ ନେଇତ ଏ 

ଜୀବନର ଗତି l

ପଥ ଏଠି ବହୁ ଦୂର 

ଅଛି ଖାଲି ଚାଲିବାର 

ସ୍ବପ୍ନ କିନ୍ତୁ ସରେ ନାହିଁ 

ପାହିଯାଏ ରାତି ll

ଆଶା ଏଠି ଯାଏ ମରି 

ପରିସ୍ଥିତି ଦିଏ ମାରି 

ସମୟ ତ ବୁଝେ ନାହିଁ 

ମନର ବେଦନା l

ଲୁହ ଏଠି ହସ ହୋଇ 

ହସୁଥାଏ ବାଧ୍ୟ ହୋଇ 

କାହିଁକି ଜାଣିଛ? ଏଠି 

କାନ୍ଦିବାକୁ ମନା ll

ମନା ଏଠି କାନ୍ଦିବାକୁ 

ହୁଏ ଖାଲି ହସିବାକୁ 

ନିଜର ଦୁଃଖକୁ ସବୁ 

ନିଜ ଠାରେ ରଖି l

ବ୍ୟସ୍ତ ଏଇ ଦୁନିଆରେ 

ବେଳ କାଇଁ କା ପାଖରେ 

କିଏ ହେବ ପୁଣି ଏଠି 

କାହା ଦୁଃଖେ ଦୁଃଖି? ll

ଆସିବାଟା ଏକା ଏଠି 

ପୁଣି ଯିବାଟାବି ଏକା 

କିଏ ସାଜେ ବନ୍ଧୁ ଏଠି 

ପୁଣି କିଏ ସାଜେ ସଖା 

ମିଛି ମିଛିକାର ଏଇ 

ଦିଦିନ ସଂସାରେ l

ସମ୍ପର୍କ ଡୋରିରେ ଗୁନ୍ଥା 

ଏ ଜୀବନ ଫୁଲ ପେନ୍ଥା 

ପିତା ମାତା ପରିଜନ 

ଆତ୍ମୀୟ ସୋଦରେ ll

ସ୍ନେହ-ପ୍ରେମ-ମମତାର 

ନିଜ-ପର-ଆପଣାର 

କଥା ଏଠି ସବୁ ଭାଇ 

ମାୟାର ବନ୍ଧନ l

ସେ ବନ୍ଧନେ ହୋଇ ବାନ୍ଧି 

ମଣିଷ ଚାଲିଛି ଧନ୍ଦି 

ଏ ସବୁତ ଜିଇଁବାର 

ଆବେଗ ଇନ୍ଧନ ll



Rate this content
Log in

Similar oriya poem from Tragedy